ମୁଁ ଆତ୍ମହତ୍ୟା କରିଦେବି

ଜଳେଶ୍ଵର ଏସଡିପିଓ

ଭୁବନେଶ୍ଵର,୧୪।୫(ଏସଏସ ନିୟୁଜ)ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଥା ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ ଆତ୍ମହତ୍ୟା କରିବେ ବୋଲି ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ଆଉ କାମରେ ଚାପ ଦିଆଯାଉଛି ବୋଲି ଏମିତି ନିବେଦନ କରିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ। ତାଙ୍କୁ ବାଲେଶ୍ୱର ଏସପି ନିର୍ଯାତନା ଦେଉଥିବା ବେଳେ ଏକାଧିକ ଦାୟିତ୍ୱ ତାଙ୍କ ଉପରେ ଲଦି ଦେଉଛନ୍ତି। ଏପରିକି ଜେନେରାଲ ମିଟିଙ୍ଗରେ ଇନିସ୍ପେଟର ଆଗରେ ତାଙ୍କୁ ଅପମାନିତ କରୁଛନ୍ତି । ବାଲେଶ୍ୱର ହେଡକ୍ୱାଟରରେ ଡିଏସପି ଦାୟିତ୍ୱ ତୁଲାଉଥିଲା ବେଳେ ପୁଣି ଜଳେଶ୍ୱରରେ ଏସଡିପିଓ ଦାୟିତ୍ୱ ତୁଲାଉଛନ୍ତି । ବୟସ ତାଙ୍କର ୫୮ ବର୍ଷ ହେଲାଣି, ତାଙ୍କ ଘର କନ୍ଧମାଳ ଜିଲ୍ଲାରେ । ଏଭଳି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ଶେଷରେ ସେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ “ମୋ ପାଖରୁ ଯଦି ଏସଡିପିଓ ଦାୟିତ୍ବ ପ୍ରତ୍ୟାହାର କରି ନିଆ ନଯାଏ ତାହାହେଲେ ମୁଁ ଆତ୍ମହତ୍ୟା କରିଦେବି।

- Advertisement -

Leave A Reply

Your email address will not be published.