ନାଗାର୍ଜୁନ ବେଶ ପାଇଁ ରାତି ୨ଟାରୁ ଲାଗିଲା କଟକଣା

0 354

ଖବର ଆଜିର,ତାରିଖ ୨୭-୧୧-୨୦ ଶୁକ୍ରବାର ।
୧-କଟକ ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ପରେ ରାଉରକେଲା ଲୁଟ୍ ଘଟଣାର ଖିଅ ଖୋଜୁଛି ପୁଲିସ୍ । କେମିତି ଧରାପଡ଼ିଲେ ଲୁଟେରା, କେମିତି ହୋଇଥିଲା ଲୁଟ୍ଟ୍ଟଦୁଇଟି ଲୁଟରେ ଥିଲା ସମାନତା ।
୨-ପରୀ ହତ୍ୟା ମାମଲାକୁ ନେଇ ଦିନ ତମାମ ବନ୍ଦ ରହିଲା ବିଧାନସଭା । ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଅଡି ରହିଲେ ବିରୋଧୀ । ମନ୍ତ୍ରୀ କହିଲେ, ଘଟଣାକୁ ନେଇ କରାନଯାଉ ରାଜନୀତି, ଦୋଷୀ ଯିଏ ଥିବ ଦଣ୍ଡ ପାଇବ । 
୩-ବେଶ ବାହାରିଲା, ବଡ ଦେଉଳରେ ପହଞ୍ଚିଲା । ଶ୍ରୀମନ୍ଦିରରେ ପ୍ରବେଶ କଲା ମହାପ୍ରଭୁଙ୍କ ନାଗା ବେଶ । ଆଉ କେଇ ମୁହୂର୍ତ୍ତ ପରେ ଯୋଦ୍ଧା ବେଶରେ ସଜେଇ ହେବେ ଶ୍ରୀଜିଉ ।
୪-ନାଗାର୍ଜୁନ ବେଶ ପାଇଁ ରାତି ୨ଟାରୁ ଲାଗିଲା କଟକଣା, ଜାରି ହେଲା ୧୪୪ ଧାରା । ୧୪୪ ଉଠିବା ପରେ ପତିତପାବନ ଦର୍ଶନ କରିବେ ଭକ୍ତ ।
୫-ରାଜ୍ୟରେ ଶୀତଲହରୀ ଜାରି – କେନ୍ଦ୍ରିୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଆସନ୍ତା ୨୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ।
୬-ସୁନାବେଡ଼ାରେ ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ, ଦୁଇ ସହଯୋଗୀ ଫେରାର୍ .।
୭-ଅନ୍ତର୍ଜାତୀୟ ଉଡାଣ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ପୁଣି ରୋକ, ଜାରି ରହିବ କାର୍ଗୋ ସେବା ।
୮-ଲୁଟ୍ କରି ମଉଜ; ଆଇଏଫ୍‌ଏସ୍ ଅଭୟକାନ୍ତଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ତାଜୁବ୍ ।
୯- IFSଅଭୟଙ୍କ ପୁଅ ଆକାଶଙ୍କୁ ହେପାଜତକୁ ନେଲା ଭିଜିଲାନ୍ସ । ରାଜସ୍ଥାନରରେ ରାଜକୀୟ ଠାଣିରେ ବାହାଘର ପାଇଁ ବୁକ୍ ହୋଇଥିଲା ବିଳାଶପୂର୍ଣ୍ଣ ମହଲ, ପୂର୍ବତନ ମନ୍ତ୍ରୀଙ୍କ ଝିଅଙ୍କ ସହ ସ୍ଥିର ହୋଇଥିଲା ବିବାହ ।
୧୦-କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ବିରୋଧ କରି ଆହୁତ ଧର୍ମଘଟରେ ଯୋଗଦେଲେ ୨୫କୋଟି ଶ୍ରମିକ, ବନ୍ଦସଫଳ କହିଲେ ଟ୍ରେଡୟୁନିୟନ ।
୧୧-ଆନ୍ଧ୍ରରେ ‘ନିଭାର’ ତାଣ୍ଡବ, ବିଭିନ୍ନ ସ୍ଥାନରେ ୩ ମୃତ, ୪ ଜିଲ୍ଲାରେ ୫ ଦିନ ଶିକ୍ଷାନୁଷ୍ଠାନ ଛୁଟି ।..
୧୨-ମହଙ୍ଗା ପଡିଲା ଜେଲରୁ ଥାଇ ଫୋନ କରିବା । ଲାଲୁ ଯାଦବଙ୍କ ନାଁରେ ଦାୟର ହେଲା ଅଭିଯୋଗ । ଥାନାରେ ଅଭିଯୋଗ କଲେ ବିଜେପି ବିଧାୟକ ଲଲନ୍ ପାଶୱାନ .।
୧୩-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବଣ୍ଟନ କରାଯାଉଥିବା ମାଗଣା ରାସନ ସାମଗ୍ରୀ ଚଳିତ ମାସ ଠାରୁ ବନ୍ଦ ହେବ । ଲକ୍‌ଡାଉନ ସମୟରେ ୮୧ କୋଟି ଲୋକଙ୍କୁ ମାଗଣାରେ ଦିଆଯାଇଛି ରାସନ ।
୧୪-କରୋନା ଆକ୍ରାନ୍ତ ବାସ କରୁଥିବା ଅଞ୍ଚଳରେ ୫୦ମିଟର ପର୍ଯ୍ୟନ୍ତ ହେବ ସିଲ୍‌: ଯୋଗୀ ସରକାର ।
୧୫-ଖାଲି ପଡିଥିବା ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ସରପଞ୍ଚ ପଦ ପାଇଁ ଉପନିର୍ବାଚନ ପ୍ରସଂଗ : ହାଇକୋର୍ଟରେ ଜନସ୍ବାର୍ଥ ମାମଲା .।
୧୬-ଅକ୍ସଫୋର୍ଡ କରୋନା ଟିକାକୁ ନେଇ ଚର୍ଚ୍ଚା । ୯୦ ପ୍ରତିଶତ ଫଳପ୍ରଦ ହେବା ନେଇ ଆସିଥିବା ରିପୋର୍ଟରେ ତ୍ରୁଟି, ରିପୋର୍ଟରେ ସାମିଲ ହୋଇନାହିଁ, ବୟସ୍କ ଲୋକଙ୍କ ଠାରେ ପରୀକ୍ଷଣର ଫଳାଫଳ ।
୧୭-ତମ୍ବୁ ତଳେ ରାତି ବିତାଇବାର ସୁଯୋଗ । ଭିତରକନିକା ଅଭୟାରଣ୍ୟରେ ଇକୋ ରିଟ୍ରିଟ୍ ପାଇଁ ନୂଆ ବ୍ୟବସ୍ଥା,ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟର ୫ଟି ସ୍ଥାନରେ ଏଥର ଇକୋ ରିଟ୍ରିଟ୍ ।
୧୮-ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟ‌ରେ କ୍ରାଇମବ୍ରାଞ୍ଚର ସତ୍ୟପାଠ : ହତ୍ୟା ନେଇ ପ୍ରମାଣ ମିଳି ନାହିଁ, ଆତ୍ମହତ୍ୟା ବୋଲି ଜଣାପଡୁଛି ।

Leave A Reply

Your email address will not be published.