ଶ୍ରୀ ଦୁର୍ଗା ଘିଅ କମ୍ପାନୀରେ ପୋଲିସର ଚଢାଉ

0 332

କଟକ,୨୬/୧୧(ଏସଏସନିୟୁଜ) କଟକ ମାଲଗୋଦାମଥାନା ପୋଲିସ ଏକ ଘିଅ କମ୍ପାନୀ ଉପରେ ଚଢାଉ କରି ଅପମିଶ୍ରଣ ଘିଅ ଜବତ କରିବା ସହ କମ୍ପାନୀର ମାଲିକ ନରସିଂହ ଦାସ ଓ ଅନ୍ୟ ଜଣେ କର୍ମଚାରୀ କୁ ପୋଲିସ ଗିରଫ କରି ପଚରାଉଚରା ଚଳାଇଛି ।
ପ୍ରକାସଯେ,କଟକ ସଦରଥାନା ଅନ୍ତର୍ଗତ ହରିଅନ୍ତା ପଞ୍ଚାୟତ ବାଇଁଲୋହାଟ ନିକଟସ୍ଥ , ରାହୁରା ଠାରେ ଶ୍ରୀ ଦୁର୍ଗା ନାମରେ ଏକ ଘିଅ କମ୍ପାନୀ ଚାଲିବା ସହ କଟକରେ ଏହି ବ୍ରାଣ୍ଡ ର ଘିଅ ଯୋଗାଣ କରାଯାଉଥିଲା ।ମାଲଗୋଦାମ ଅଞ୍ଚଳରୁ ଅଭିଯୋଗ ଆସିବା ପରେ ପୋଲିସ ଚଢାଉ କରିଥିଲା । ଚଢାଉ ସମୟରେ ପୋଲିସ ଅପମିଶ୍ରଣର ପ୍ରମାଣ ପାଇବା ସହ ,ଦୁଇଟି ଘରେ ମହଯୁଦ ଥିବା ଟିଣପେଟି , ଜରି , ପ୍ଲାଷ୍ଟିକ ଅପମିଶ୍ରଣ ଘିଅ ଓ ଘିଅ ଡ଼ବାକୁ ଜବତ କରିଛି ।ଏହାସହ ଅପମିଶ୍ରଣ କମ୍ପାନୀର ମାଲିକ ନରସିଂହ ଦାସ ଓ ଅନ୍ୟ ଜଣେ କର୍ମଚାରୀ କୁ ମାଲଗୋଦାମ ଥାନାପୋଲିସ ଗିରଫ କରି ପଚରାଉଚରା ଚଳାଇଛି ।

 

Leave A Reply

Your email address will not be published.