ନନ୍ଦନକାନନକୁ ପର୍ଯ୍ୟଟକ ଆସିବେ ତ!

0 424

ବାରଙ୍ଗ,୨୩/୫(ଏସଏସନିଉଜ)ନନ୍ଦନକାନନରେ ଚାଲିଛି ଗୁଣ୍ଡାରାଜ ।ଏ କଥା ଆମେ କହୁନାହୁଁ ଯାହା ରବିବାରଠାରୁ ଚର୍ଚ୍ଚା ଯୋରଧରିଛି ।ସଫାରୀରେ କାର୍ଯ୍ୟରତ କର୍ମଚାରୀମାନେ ଛତିଶଗଡରୁ ଆସିଥିବା ୨୬ଜଣ ପର୍ଯ୍ୟଟକଙ୍କୁ ଗୋଡାଇଗୋଡାଇ ବାଡେଇ ଲହୁଲୁହାଣ କରିଦେଇଛନ୍ତି ।ପର୍ଯ୍ୟଟକମାନଙ୍କର ଦୋଷ ଏଇଆ ଥିଲା ଯେ, ସେମାନେ ଟିକେଟ କାଟି ପ୍ରାୟ ୩ଘଟା କାଳ ଅପେକ୍ଷା ପରେ ସଫାରୀ ଦେଖିବାର ସୁଯୋଗ ପାଇପାରିନଥିଲେ ।ଏହି କଥାକୁ ପଚାରିବାରୁ ସଫାରୀ କର୍ମଚାରୀମାନେ ଉତକ୍ଷିପ୍ତ ହୋଇ ପରିସରରେ ଚାଲୁଥିବା ବେଟରୀଚାଳିତ ଗାଡିର ଚାଳକମାନଙ୍କୁ ଡାକି ସଂଗବଦ୍ଧ ଭାବେ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାରୁ ୫ଜଣ ଆହତ ହୋଥିଲେ । ଭୟରେ ଅସୁଥିବା ପର୍ଯ୍ୟଟକମାନଙ୍କୁ ନନ୍ଦନକାନନଥାନା ପୋଲିସ ଉଦ୍ଧାର କରି ପ୍ରଥମିକ ଚିକିସ୍‌ା କରାଇ ୭୦/୫କେଶନଂରେ ଏକ ମକଦ୍ଦମା ରୁଜୁକରିଥିଲା ସୋମବାରଦିନ ପର‌୍ୟ୍ୟଟକଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ନନ୍ଦନକାନନଥାନା ଅଧିକାରୀ ତଥା ଏସିପି ବିଶ୍ୱରଞନସେନାପତି ୩ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଥିବାବେଳେ ଏବେବି ବହୁ କର୍ମଚାରୀ ଫେରାର ହୋଇଯାଇଥିବାର ଜଣାପଡିଛି । ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ର୍ରିୟା ମଧ୍ୟ ପ୍ରକାଶ ପାଇଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି,
ଏହିଭଳି ଆଚରଣ ରହିଲେ ଆଗକୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢିବ ନା କମିବ?
ଏସିରୁମରୁ ନବାହାରିବାର ଏହା କୁପରିଣାମ କି?
ଗଣ୍ଡୋଗଳ ଆରମ୍ଭ ବିଷୟରେ କର୍ତୁପକ୍ଷ କିପରି ଜାଣିପାରିଲେ ନାହିଁକେମିତି?
ଜଦି ଜାଣିଥିଲେ ସେ ସମୟରେ ଘଟଣାସ୍ଥଳକୁ ଗଲେନାହିଁ କାହଁକି?
ଠିକାଦାରକୁ ଡରୁଛନ୍ତି ନା ଗୁଣ୍ଡାରାଜ ପାଇଁ ସାହସ ଦେଉଛନ୍ତି କର୍ତୁପକ୍ଷ?
ଏହାଦ୍ୱାରା ନନ୍ଦନକାନନ ବଦନାମ କୁ ଯାଉଥିବାବେଳେ ଦାୟିତ୍ୱହିନତା କଣ ପାଇଁ?
ସମୟାନୁକ୍ରମେ ଠିକାଦାରସହ ବିଭିର୍ଣ ସମସ୍ୟା ନେଇ ଆଲୋଚନା ନକରିବାର କାରଣ କଣ?
ଘଟଣାପରେ ନିଜ ମୁଣ୍ଡରୁ ଦୋଷ କାଢି କାହାଉପରେ ଦୋଷ ଲଦିବାକୁ ଯାଉଛନ୍ତି ମୁଖିଆ ?
ନା ଠିକାଦାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ?

Leave A Reply

Your email address will not be published.