ନନ୍ଦନକାନନ-ଜନ୍ମଦେଲା ଗୁରାଣ୍ଡି

0 474

ବାରଙ୍ଗ,୧୪/୧୦(ଏସ୍‌ଏସ୍‌ନିୟୁଜ)କୋଭିଡ କଟକଣା ମଧ୍ୟରେ ନନ୍ଦନକାନନ ଖୋଲିଛି ।ତେବେ ଆସୁଥିବା କମ୍ ସଂଖ୍ୟକ ପର୍ଯ୍ୟଟକମାନଙ୍କପାଇଁ ନନ୍ଦନକାନନ କର୍ତୁପକ୍ଷ ମଧ୍ୟ ବହୁବିଧ ବ୍ୟବସ୍ଥାମାନ କରିଛନ୍ତି ।ତେବେ ଆଉ କିଛିଦିନ ଗଲେ ଆରମ୍ଭ ହୋଇଯିବ ପାର୍ବଣ ରୁତୁ ।ଏହି ପାର୍ବଣ ରୁତୁରେ ପର୍ଯ୍ୟଟକମାନଙ୍କ ଗହଳିରେ ଭରିଉଠିଥାନ୍ତା ନନନ୍ଦନକାନନ ।କିନ୍ତୁ କରୋନା ପାଇଁ ସବୁ ଫିକାରେ ଚାଲିଛି ।ନା ଆସୁଛନ୍ତି ଆଶାନୁରୁପକ ପର୍ଯ୍ୟଟକ ନା ହେଉଛି ବ୍ୟବସାୟୀମାନଙ୍କର ବେପାର ।

ସବୁବର୍ଷ ପାର୍ବଣରୁତୁରେ ନନ୍ଦନକାନନ କର୍ତୁପକ୍ଷ ନୁଆପଶୁପକ୍ଷୀ ଆଣି ପର୍ଯ୍ୟଟକମାନଙ୍କୁ ପାର୍ବଣର ଭେଟି ଦେଇଥିାନ୍ତି ।କିନ୍ତୁ କରୋନା ପାଇଁ ବିଳମ୍ଭ ହେଲେ ମଧ୍ୟ ନଭେମ୍ବରରେ ନୁଆ ୮ଟି ଅତିଥି ମିଜୋରାମରୁ ଆସିବାପାଇଁ ଯୋଜନା କରିଥିବାର ଜଣାପଡିଛି । ସେହି ଭଳିଭାବେ ମଙ୍ଗଳବାରଦିନ ୩୭ନଂ ଖୁଆଡରେ ରହୁଥିବା ଗୁରାଣ୍ଡି ଗୋଟିଏ ଛୁଆକୁ ଜନ୍ମ ଦେଇଛି । ମାଆ ଓ ଛୁଆ ଦ୍ୱୟ ସୁସ୍ଥ ଥିବାବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୧୭ରେ ପହଁଚିଥିଛି ।ସେଥିମଧ୍ୟରେ ୫ ଅଣ୍ଡିରା.୫ମାଇ ଓ ୭ଟିର ଲିଙ୍ଗନିରୁପଣ ହୋଇନଥିବାର ନନ୍ଦନକାନନର ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ) ।

Leave A Reply

Your email address will not be published.