ନନ୍ଦନକାନନର ନୁଆ ପ୍ରୟାସ, ପଢାଇବେ ପାଠ ଦେବେ ପୁରସ୍କାର

0 276

ଭୁବନେଶ୍ୱର,୨୩/୧୧- ଜୀବଉଦ୍ୟାନ ନନ୍ଦନକାନନ ପ୍ରଥମକରି ନୁଆପ୍ରୟାସ ଆରମ୍ଭ କରିଛି । ବିଭିର୍ଣ କଲେଜ ଓ ବିଦ୍ୟାଳୟର ଚାତ୍ରଛାତ୍ରୀମାନଙ୍କୁ ନନ୍ଦନକାନନକୁ ଡାକି ଉଦ୍ୟାନରେ ଥିବା ଜୀବଜନ୍ତୁ ,ବୃକ୍ଷଲତା,ଆଦ୍ରଭୁମି ଆଦି ବିଷୟରେ ପାଠ ପଢାଇଛନ୍ତି । ଶେଷରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗୀତା କରାଇ ପୁରସ୍କାର ପ୍ରଦାନ କରିଥିବାର ଦେଖିବାକୁ ମିଳିଛି ।
ନନ୍ଦନକାନନର ସହକାରୀ ନିର୍ଦ୍ଦେଶକ ଅମୁଲ୍ୟ କୁମାର ପରିଡାଙ୍କ ତତ୍ୱାବଧାନରେ ଶୁକ୍ରବାର ଦିନ ନନ୍ଦନକାନନରେ ଆରମ୍ଭ ହୋଇଛି ନୁଆପ୍ରୟାସ । ପ୍ରାଥମିକ ପର୍ଯ୍ୟାୟର ପ୍ରଥମ କାର୍ଯ୍ୟକ୍ରମରେ ବିଜେପି ଅଟୋନମସକଲେଜର ଜୁଲୋଜିବିଭାଗର ୨୭ଜଣ ଛାତ୍ରଛାତ୍ରୀ କୁ ସାମିଲ କରାଯାଇଥିଲା । ଏହି ପିଲାମାନଙ୍କୁ ନନ୍ଦନକାନନରେ ଥିବା ବିଭିର୍ଣ ପ୍ରଜାତିର ଜୀବଜନ୍ତୁମାନଙ୍କୁ କିପରି ଚିହ୍ନିବା ,ସେମାନଙ୍କର ଲାଳନପାଳନ , ସରିସୃପ ମାନଙ୍କୁ ଚିହ୍ନିବା ଓ ସେମାନଙ୍କର ଖାଦ୍ୟ ବିଷୟରେ ଜାଣିବା, ଜୀବଜନ୍ତୁମାନଙ୍କର ସଫଳ ପ୍ରଜଜନ, ଚିରସ୍ରୋତା କାଞିଆହ୍ରଦ,ଆଦ୍ରଭୁମୀବିଷୟରେ ଜାଣିବା , ନନ୍ଦନକାନନ ପରିଚାଳନା ,ବୃକ୍ଷଲତାକୁ ଚିହ୍ନିବା ଆଦି ବିଷୟରେ ବୁଝାଇଥିଲେ । ପିଲାମାନେ ମଧ୍ୟ ବିଭିର୍ଣ ପ୍ରଶ୍ନ ପଚାରି ବୁଝିଥିଲେ । ଏହାପରେ ପିଲାମାନେ ସଫାରୀ ପରିଭ୍ରମଣରେ ଯାଇଥିଲେ । ପରେ ସଭାଗୃହରେ  ନନ୍ଦନକାନନ ଉପରେ ଆହରଣ କରିଥିବା ଜ୍ଞାନକୁନେଇ ପିଲାମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗୀତା ହୋଇଥିଲା । ଏଥିରେ କୃତି ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଯୁବଶକ୍ତିଙ୍କୁ ଆକୃଷ୍ଟ କରିବାପାଇଁ ନନ୍ଦନକାନନ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି । ଏଥିନିମନ୍ତେ ନନ୍ଦନକାନନ ସମସ୍ତ ଖର୍ଚ୍ଚ ବହନ କରିଛି । ପରିବେଶର ସୁରକ୍ଷା ପାଇଁ ପଶୁପକ୍ଷୀମାନଙ୍କର ବାସସ୍ଥଳୀର ସୁରକ୍ଷାର ଆବଶ୍ୟକତାର ବାର୍ତା ଶିକ୍ଷା ଓ ପରିଭ୍ରମଣ ମାଧ୍ୟମରେ ଦେବାର ପ୍ରଚେଷ୍ଟା କରାଯାଇଛି । ନନ୍ଦନକାନନ ବିଷୟରେ ଜ୍ଞାନ ଆହରଣ କରିବାସହ ଯୁବକମାନଙ୍କର ଚେତନାକୁ ଯାଗ୍ରତ କରିବା ଲକ୍ଷରେ ଏହାକୁ ଆରମ୍ଭ ହୋଇଛି । ଚଳିତବର୍ଷ ୬ଟିପର୍ଯ୍ୟାୟରେ ଏହିଭଳି ଶିକ୍ଷାଦାନ ମାଧ୍ୟମରେ ସଚେତନତାର ବର୍ତ।ଦେବାର ବ୍ୟବସ୍ଥା ବିଭିର୍ଣ ସ୍କୁଲ ଓ କଲେଜପିଲାମାନଙ୍କୁ ନେଇ କରାଯିବ ବୋଲି ପରିଡା କହିଛନ୍ତି । ନନ୍ଦନକାନନର ଶିକ୍ଷାଅଧିକାରୀ ମିଲନକୁମାରପଣ୍ଡା ଏହାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.