ନନ୍ଦନକାନନରେ କାମୁଡୁଛି ମାଙ୍କଡ

0 165

ବାରଙ୍ଗ,୧୯/୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ଅପରାହ୍ନରେ ବୁଲା ଜଙ୍ଗଲୀ ମାଙ୍କଡ କାମୁଡାରେ ଜଣେ ମହିଳା ବଙ୍ଗୀୟପର‌୍ୟ୍ୟଟକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଆହତ ମହିଳା ଜଣକ ଓ୍ବେଷ୍ଟବେଙ୍ଗଲ ଅଞ୍ଚଳର ମୀନା ଚାଟାର୍ଜୀ (୫୧)।ସେ ପରିବାରଙ୍କ ସହିତ ଆଜି ନନ୍ଦନକାନନ ବୁଲିବାକୁ ଆସିଥିଲେ।ନନ୍ଦନକାନନ ବୁଲିସାରି ଫେରୁଥିବାବେଳେ ନନ୍ଦନକାନନ ମୁଖ୍ୟ ଫାଟକ ନିକଟରେ ଏକ ବୁଲା ପାତିମାଙ୍କଡ ତାଙ୍କ ପାଖକୁ ଦୈାଡିଯାଇଥିଲା।ସେ ପାଟିକରିବାରୁ ମାଙ୍କଡ ତାର ଭ୍ୟାନିଟ ବ୍ୟାଗକୁ ଛଡାଇବାକୁ ଚେଷ୍ଟାକରିଥିଲା।ଏହି ସମୟରେ ପାତି ମାଙ୍କଡ ତାର ପଛପଟ କାନ୍ଦକୁ କାମୁଡି ଦେଇଥିଲା।ନନ୍ଦନକାନନ ପକ୍ଷରୁ କୈାଣସି ଚିକିତ୍ସା ନପାଇ ନିରାଶରେ ଫେରିଥିଲେ।ତେବେ ନନ୍ଦନକାନନରେ ଦିନକୁ ଦିନ ବୁଲା ଜଙ୍ଗଲୀ ମାଙ୍କଡଙ୍କ ଉପଦ୍ରବ ବଢିଚାଲିଛି,ହେଲେ ନନ୍ଦନକାନନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାପାଇଁ ପର‌୍ୟ୍ୟଟକଙ୍କ ମହଲରେ ଦାବି ହୋଇଛି।

Leave A Reply

Your email address will not be published.