ନନ୍ଦନକାନନରେ କେନ୍ଦ୍ରିୟ ଟିମ୍

0 651

ବାରଙ୍ଗ,୪/୨(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ଅନୁଧ୍ୟାନ ପାଇଁ ମଙ୍ଗଳବାରଦିନ ଆସି ପହଁଚିଛନ୍ତି ସିଜେଡଏର ଦୁଇଜଣିଆ ଟିମ୍ । ପ୍ରଦିପକୁମାର ଓ ଡ.ଏକେ.ମାଲହୋତ୍ରାଙ୍କୁ ନେଇ ଗଠିତ ଦୁଇଜଣିଆ ଟିମ ନନ୍ଦନକାନନରେ ଦୁଇଦିନ ରହିବେ ।ଏହି ଦୁଇଦିନ ମଧ୍ୟରେ ନନ୍ଦନକାନନ ପରିଚାଳନାରେ ସିଜେଡଏର ନୀୟମକୁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ କିଭଳି ପାଳନ କରୁଛୁ ତାହାକୁ ତର୍ଜମା କରି ରିପୋର୍ଟକୁ ସିଜେଡଏକୁ ପ୍ରଦାନ କରିବେ । ପ୍ରତିଦୁଇବର୍ଷରେ ଥରେ ସିଜେଡଏ ପକ୍ଷରୁ ଭାରତବର୍ଷରେ ଥିବା ସମସ୍ତ ଚିଡିଆଖାନାମାନଙ୍କର ଏହିଭଳି ଅନୁଧ୍ୟାନ କରାଯାଇଥାଏ । ଅନୁଧ୍ୟାନ ରିପୋର୍ଟ ପାଇବା ପରେ ସିଜେଡଏ କର୍ତୁପକ୍ଷ ଚିଡିଆଖାନାମାନଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ ଚାଲିବାକୁ ଅନୁମତି ଦେଇଥାଏ ।ଏହାସହ ବଡ ଓ ସାନର ଶ୍ରେଣୀଭୁକ୍ତ କରି ଘୋଷଣା କରିଥାନ୍ତି । ଗତ ଦୁଇବର୍ଷତଳର ଆଧାରରେ ନନ୍ଦନକାନନ ଭାରତବର୍ଷରେ ଥିବା ବଡଚିଡିଆଖାନା ମାନଙ୍କ ମଧ୍ୟରେ ଦ୍ୱିତିୟବୃହତ ଚିଡିଆଖାନାର ମାନ୍ୟତାକୁ ଅଦ୍ୟାବଧି ବଜାୟ ରଖି ଆସିଛି । ସିଜେଡଏର ନୀୟମକୁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ କିଭଳି ପାଳନ କରୁଛି ଏହାକୁ ଅନୁଧ୍ୟାନ କରି ସିଜେଡଏକୁ ରିପୋର୍ଟ ପ୍ରଦାନ କରିବେ । ପ୍ରଥମଦିନରେ ଏହି ଟିମ୍ ଜୀବଜନ୍ତୁମାନଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ କର୍ତୁପକ୍ଷଙ୍କୁ ପଚାରିବୁଝିବା ସହ ବିଭିର୍ଣ ଏନକ୍ଲୋଜର ଗୁଡିକ ବୁଲି ଦେଖିଥିଲେ ।ପରେ ପରିଚାଳନା ପୁସ୍ତିକାକୁ ପରଖିଥିଲେ । ନନ୍ଦନକାନନ ନିର୍ଦ୍ଦେଶକ ଶଶିପଲ,ଉପନିର୍ଦ୍ଦେଶକ ଜୟନ୍ତକୁମାରଦାସ, ପର୍ଯ୍ୟଟନ ପରିଚାଳନା ଦାୟିତ୍ୱରେ ଥିବା ଏସିଏଫ ଅମୁଲ୍ୟକୁମାରପରିଡାଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.