ନନ୍ଦନକାନନରେ ମଲା ଆନ୍ନାକୋଣ୍ଡା

0 289

ବାରଙ୍ଗ,୨୮/୮(ଏସ ଏସ ନିୟୁଜ )ନନ୍ଦନକାନନରେ ଶୁକ୍ରବାରସକାଳେ ଏକ ହଳଦିଆ ଆନ୍ନାକୋଣ୍ଡା ମୃତ୍ୟୁବରଣ କରିଛି ।ଗତ କିଛି ଦିନ ହେବ ଆନ୍ନାକୋଣ୍ଡାଟିର ତରଳ ଝାଡା ହେବା ସହ ଦୁଇଦିନ ହେବ ଝାଡାରେ ରକ୍ତ ପଡିଥିଲା । ଡାକ୍ତରମାନଙ୍କ କିକିସା ସତ୍ବେ ଆନ୍ନାକୋଣ୍ଡାଟି ବଞ୍ଚିପାରିନଥିଲା । ୨୨ ଅକ୍ଟୋବର ୨୦୧୯ମସିହାରେ ମାଡ୍ରାସ କ୍ରୋକୋଡାଇଲବ୍ୟାଙ୍କ୍‌ଟ୍ରଷ୍ଟ୍ ରୁ ଉପହାରରେ ନନ୍ଦନକାନନକୁ ମିଳିଥିଲା ୮ଟି ଆନ୍ନାକୋଣ୍ଡା । ଆନ୍ନାକୋଣ୍ଡା ଆସିବା ପରେ ସରିସୃପଉଦ୍ୟାନର ୪୫କେ ଖୁଆଦରେ ସେମାନଙ୍କୁ ରଖାଯାଇଥିଲା। ଆସିବାର କିଛିଦିନ ପରେ ତରଳ ଝାଡାରେ ଆକ୍ରାନ୍ତ ହୋଇଥିଲେ ଆନାକୋଣ୍ଡା ।ଏହା ପରେ ରକ୍ତ ଝାଡା ହୋଇ ପର୍ଯ୍ୟାୟକ୍ରମେ ଦୁଇଟିର ମୃତ୍ୟୁ ଘଟିଥିଲା । ଏହାପରେ ମାଡ୍ରାସରୁ ଦୁଇଜଣ ଡାକ୍ତର ଆସି ଆନ୍ନାକୋଣ୍ଡା ର ସ୍ୱାସ୍ଥ୍ୟବସ୍ତା ଅନୁଧ୍ୟାନ କରିବା ସହ ଚିକିସା ପ୍ରଣାଳୀ ଡାକ୍ତର ମାନଙ୍କୁ ବୁଝାଇଯାଇଥିଲେ । ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୫ରେ ପହଁଚିବା ସହ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପକୃତ କାରଣ ଜଣାପଡିବ ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ବିମଳ ପ୍ରଶନ୍ନ ଆଚାର୍ଯ୍ୟ କହିଛନ୍ତି ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.