ଏନଡିଆରଏଫକୁ ଫେରିଲେ ଯବାନ

0 74

ବାରଙ୍ଗ, ୭।୬(ଏସଏସନିଉଜ) ବାଲେଶ୍ଵର ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର କଳାରାତିର କଳାକାହାଣି ବଖାଣିଛନ୍ତି ମୁଣ୍ଡଳି ୩ୟ ବାଟାଲିୟନ ସେକେଣ୍ଡ ଇଂ କମାଣ୍ଡ ଅରୁଣ ଦେବଗାଁଓ । ଉଧାର କାର୍ଯ୍ୟ ସାରି ବୁଧବାର ଦିନ ମୁଣ୍ଡଳି ଏନଡିଆରଏଫକୁ ଫେରିଛନ୍ତି ଯବାନ।ଫେରିବା ପରେ ସେଠାକାର କରୁଣ ଦୃଶ୍ୟକୁ ବଖାଣିଛନ୍ତି।ଜୁନ ୨ ତାରିଖ ଶୁକ୍ରବାର ରାତିରେ କରମଣ୍ଡଳ ଦୁର୍ଘଟଣାର ସେହି କଳା ରାତି ଥିଲା ପୁରା ଭୟଙ୍କର ଆଉ ଓଡ଼ିଶାର ସବୁଠୁ ବଡ଼ ଦୁର୍ଘଟଣା ଥିଲା । ଚାରିଆଡ଼େ ପଡିଥିଲା ରେଳଗାଡ଼ିର ବଗି ଆଉ ଏଣେ ତେଣେ ପଡ଼ିଥିବା ରେଳ ବଗି ଭିତରୁ ଶୁଭୁଥିଲା ବଞ୍ଚାଅ ବଞ୍ଚାଅ ର ବିକଳ ଚିତ୍କାର । ଆଉ ଏହି ସମୟରେ କିଭଳି ରେଳଗାଡ଼ି ଭିତରୁ ଉଦ୍ଧାର କରିବେ ତାହା ଏନଡିଆରଏଫ ଯବାନଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ। ଏଭଳି ବିକଳ ଚିତ୍ର ଦେଖି ମନ ଦୁଃଖ ଲାଗୁଥିଲେ ମଧ୍ୟ ମନବଳ ଦୃଢ କରି ଯବାନମାନେ ଲାଗିପଡିଥିଲେ ଉଦ୍ଧାର କାର୍ଯ୍ୟରେ । ଆଉ ଯେଉଁମାନେ ଜୀବିତ ଥିଲେ ସେମାନଙ୍କୁ ଗୋଟେ ପରେ ଗୋଟେ ରେଳଗାଡ଼ିର ବଗି କାଟି ଉଦ୍ଧାର କରି ମେଡ଼ିକାଲ କୁ ପଠାଇଥିଲେ । ସେଦିନର କର ମଣ୍ଡଳର କଳାରାତି ଥିଲା ଯେତିକି ଭୟାନକ ଆଉ ସେତି ଚ୍ୟାଲେଞ୍ଜ । ଆଉ ତାର ଭିତରେ ଅନ୍ଧାର ରାତିରେ ନିଜ ଜୀବନକୁ ବାଜିରେ ଲଗାଇ ଓଲଟି ପଡ଼ିଥିବା ବଗିରେ ପଶି କାହାକୁ ଜୀବିତ ତ ଆଉ କାହାକୁ ମୃତ ଦେହ ଉଦ୍ଧାର କରିଥିଲେ । ଏନଡିଆରଏଫ ମୋଟ ୯ଟି ଟିମର ୩୦୦ ଯବାନ ଏହି ଉଦ୍ଧାର କାର୍ଯ୍ୟ ରେ ନିୟୋଜିତ ଥିଲେ । ଆଉ ଏନଡିଆରଏଫ ଯବାନଙ୍କ ପ୍ରାୟ ୫୦ ଘଣ୍ଟାଧରି ପ୍ରାଣମୋର୍ଚ୍ଚା ଉଦ୍ୟମ କରିଥିଲେ। ବାଲେଶ୍ଵର ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ସରିବା ପରେ ପୁଣି ମୁଣ୍ଡଳୀ ୩ୟ ବାଟା ଲିୟନ ଏନଡିଆରଏଫ କୁ ଫେରି ସେଦିନର କଳା କାହାଣି ବଖାଣିଥିଲେ ମୁଣ୍ଡଳି ୩ୟ ବାଟା ଲିୟନ ସେକେଣ୍ଡ ଇଂ କମାଣ୍ଡ ଙ୍କ ଅରୁଣ ଦେବଗାଁଓ ଓ ତାଙ୍କ ସହଯୋଗୀ ।

Leave A Reply

Your email address will not be published.