ନୀୟମ କାହା ପାଇଁ ?

0 966

ବାରଙ୍ଗ,୨୨/୪(ଏସ୍‌ଏସ୍‌ନିୟୁଜ) ସରକାରଙ୍କର ନୀୟମକୁ ମାନୁନାହାନ୍ତି ସରକାରୀ ବାବୁ ।ମହାମାରୀ କରୋନାର ମୁକାବିଲା ସହ ସାଧାରଣଲୋକଙ୍କ ଜୀବନର ସୁରକ୍ଷା ପାଇଁ ରାଜ୍ୟସରକାର ପର୍ଯ୍ୟାୟକ୍ରମେ ଭିନ୍ନଭିନ୍ନ ପଦକ୍ଷପମାନ ଗ୍ରହଣ କରିଚାଲିଛନ୍ତି ।ସାମାଜିକ ଦୁରତ୍ୱ ଏହାର ପ୍ରମୁଖ ଅସ୍ତ୍ର ହୋଇଥିବାରୁ ଲକ୍‌ଡାଉନ ମଧ୍ୟ କରିଛନ୍ତି ସରକାର ।ମାସ୍କ ପିନ୍ଧିବା ସହ ସାମାଜିକ ଦୁରତ୍ୱକୁ କଡାକଡିଭାବେ ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।ସଚେତନତା ସାଙ୍ଗକୁ ତଦାରଖ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।ସାଧାରଣଲୋକଟି ଏହାକୁ ଅମାନ୍ୟକଲେ ଆଇନଗତ ଦୀଗର ଦ୍ୱାହିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ,ଏପରିକି ଗୋଡାଇ ଗୋଡ଼ାଇ ବାଡେଇଲା ଭଳି ପୋଲିସ ସାଧାରଣ ଲୋକଙ୍କୁ ବାଡଉଥିବାର ବାରଙ୍ଗ ଅଂଚଳରେ ଚର୍ଚ୍ଚା ହେଉଛି । ଯଦି ସରକାରୀବାବୁ ଏହିଭଳି ଭୁଲ କରନ୍ତି ତାଙ୍କୁ ବା କାହାର ସାହସ ଅଛି କହିବାକୁ ।ଏମିତି ଏକ ଘଟଣା ରାଜଧାନୀ ଉପକଣ୍ଠ ଭୁବନେଶ୍ୱର ବ୍ଲକ ଅର୍ନ୍ତଗତ ଦାଢାପଂଚାୟତ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଥିବାର ଜଣାପଡିଛି ।

ମଙ୍ଗଳବାରଦିନ ଦାଢାପଂଚାୟତ କାର୍ଯ୍ୟାଳୟରେ ବସିଛନ୍ତି ସରକାରୀ ବାବୁ ଶୁଭେନ୍ଦୁପ୍ରଧାନ ।ବାବୁଙ୍କୁ କରୋନା ମୁକାବିଲା ପାଇଁ ଦାଢା ପଂଚାୟତର ନୋଡାଲ ଅଫିସରର ଦାୟିତ୍ୱ ମିଳିଛି । ଆରମ୍ଭରୁ ବାବୁଙ୍କ ନାମରେ କେତେଗୁଡାଏ ଅଭିଯୋଗମାନ ଶୁଣାଯାଇଛି । ବାବୁ ପଂଚାୟତ କାର୍ଯ୍ୟାଳୟରେ ବସି ଶୁଖିଲା ଖାଦ୍ୟ ବାଂଟୁଛନ୍ତି ।ନାଁ ମୁହଁରେ ରହିଛି ମାସ୍କ ,ନା ରଖିଛନ୍ତି ସାମାଜିକ ଦୁରତ୍ୱ ।ଏହି କଥା ଆମେ କହୁନାହୁଁ ଏହି ଫଟୋଟି ବୟାନ କରୁଛି । ଯାହା ସୋସିଆଲମିଡିଆରେ ଆଜି ହୋଇଛି ଭାଇରାଲ ।ତେବେ ବାବୁଙ୍କୁ କହିବ ବା କିଏ ? କାରଣ ବାବୁତ ଆସିଛନ୍ତି କରୋନା ମୁକାବିଲା ପାଇଁ ,ଆଉ ପଂଚାୟତ ପକ୍ଷରୁ ହେଉଥିବା ସରକାରୀ ଯୋଜନା ବିନିଯୋଗର ହିସାବ କିତାବ ଓ ତଦାରଖ କରିବେ । ଅଫିସରେ ବସି କାଗଜପତ୍ର କାମ ସାରିଦେଲେ ସମସ୍ତେ ଖୁସ୍ । କିଏବା ଜଣିବ ବାବୁ ମାସ୍କ ପିନ୍ଧୁନାହାନ୍ତି ବୋଲି ନା ଅଫିସରେ ବସି ଶୁଖିଲା ଖାଦ୍ୟ ବାଟିଂଛନ୍ତି । ତେବେ ସରକାରଙ୍କ ନିର୍ଦ୍ଦେଶ ଓ ନୀୟମ ଏହିଭଳି ବଡବଡିଆ ବାବୁମାନଙ୍କ ପାଇଁ ନୁହେଁ ,ଏହା କେବଳ ଗାଁଗହଳିରେ ରହୁଥିବା ଲୋକମାନଙ୍କ ପାଇଁ । ତେବେ ଦେଖିବା ବାକି ରହିଲା ବାବୁ ନିଜେ କେତେବେଳେ ସଚେତନ ହେଉଛନ୍ତି ।

Leave A Reply

Your email address will not be published.