ଓଲଟିଲାଭ୍ୟାନ୍‌

‌ ୨ମୃତ ୧୫ଆହତ

0 38

ଗଞ୍ଜାମ,୬।୪(ଏସଏସନିଉଜ)ପିକଅପ୍‌ ଭ୍ୟାନ ଓଲଟି ୨ଦଣ୍ଡୁଆଙ୍କ ମୃତୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି।ହିଞ୍ଜିଳିଥାନା ସୋମପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।୧୫ ଆହତଙ୍କ ମଧ୍ୟରୁ ୧୧ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।ପିକଅପ୍‌ ଭ୍ୟାନରେ ଡ୍ରାଇଭରଙ୍କ ସହ ଥିଲେ ୨୨ଜଣ ଦଣ୍ଡୁଆ।ବ୍ରହ୍ମପୁରରୁ କ୍ଷେତ୍ରୀୟ ବ୍ରହ୍ମପୁରକୁ ପିକଅପ୍‌ ଭ୍ୟାନରେ ଯିବାବେଳେ ଦୁର୍ଘଟଣା ଘଟିଥିଲା।
ସେହିଁଭଳିଭାବେ ଯାଜପୁରରେ ଟିପ୍ପର ଧକ୍କାରେ ବାଇକ୍‌ ଆରୋହୀ ବାପାପୁଅ ମୃତୁ ହୋଇଛି।ସଦରଥାନା ବରୁହାଁଛକ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା ଟିପ୍ପର।ଦୁର୍ଘଟଣାରେ ଘଟଣାସ୍ଥଳରେ ବାପା ଓ ମେଡିକାଲରେ ପୁଅର ମୃତ୍ୟୁ ହୋଇଛି। ଶିମିଳିଆ ପଞ୍ଚାୟତ ଷଠିଆଟଗିରିଗାଁ ମୃତକ ଦୁଇଜଣ ହୋଇଥିବାର ସୂଚନା ମିଳିଛି।

ବୌଦ୍ଧରେ ଦୁର୍ଘଟଣାରେ ଟ୍ରକ୍‌ରେ ଚାପି ହୋଇଗଲେ ବାପା ସହ ୨ ପୁଅ।ବାପପୁଅଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।NHର ଲୁଣିବାହାଲ ଛକରେ ଟ୍ରକ୍‌କୁ ଧକ୍କା ଦେଇ ପଳାଇଲା ଅଜଣା ଗାଡ଼ି।କଟରରେ କାଟି ଟ୍ରକ୍‌ରୁ ବାପ, ୨ ପୁଅଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ।ବଲାଙ୍ଗିରରୁ ଟ୍ରକ୍‌ରେ କଖାରୁ ନେଇ ଭୁବନେଶ୍ବର ଆସିବା ବେଳେ ଦୁର୍ଘଟଣା ଘଟିଥିଲା।ବାପା ଟ୍ରକ୍‌ ଚଳାଉଥିବା ବେଳେ ୨ ପୁଅ ପାଖରେ ବସିଥିଲେ।

Leave A Reply

Your email address will not be published.