ଓଏଏସସ୍ତରରେ ଅଦଳବଦଳ

0 142

ଭୁବନେଶ୍ୱର ୨୧/୪(ଏସଏସନିଉଜ) ରାଜ୍ୟ ସରକାର ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ।ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଗରଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ,ଇଡ୍‌କୋ ଜେନେରାଲ ମ୍ୟାନେଜର ଥିବା ଡ. ଗଣେଶ୍ୱର ଜେନାଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ.ଜଗତସିଂହପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତିଙ୍କୁ ଇଡେ୍‌କା ସିଜିଏମ୍ ,ପୁରୀ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ସୁବାସ ଚନ୍ଦ୍ର ନାଥଶର୍ମାଙ୍କୁ ଇଡକୋ (ଏମଏସଏମ ଆଣ୍ଡ ଏମଇ) ଜିଏମ୍‌.ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଥିବା ସୁଚାରୁ କୁମାର ବଳ ମୟୂରଭଞ୍ଜ ଏଡିଏମ୍ ,ସୁନ୍ଦରଗଡ଼ ଏଡିଏମ୍ ଭାବେ ଶିବୋ ଟପ୍ପୋ , ରାଜ୍ୟ କ୍ଷୁଦ୍ର ଖଣିଜ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ ଦେବାଶିଷ ପଟ୍ଟନାୟକ , ଦେବାଶିଷ ଏବେ କୃଷି ମନ୍ତ୍ରୀଙ୍କ ଓଏସ୍‌ଡି ଅଛନ୍ତି । ଜଗତସିଂହପୁର ଡିଆରଡିଏ ପିଡି ଭାବେ ରୁଦ୍ରନାରାୟଣ ଦାସ , ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ପୁରୀ ଏଡିଏମ୍ ଓ ଆଲୋକ କୁମାର ପ୍ରଧାନଙ୍କୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏବଂ ପ୍ରେମାଂଶୁ ଚାନ୍ଦଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

 

Leave A Reply

Your email address will not be published.