ଓଡିଶାରେ କାୟା ମେଲାଉଛି କରୋନା:ଗୋଟିଏ ଦିନରେ ୧୫ ପଜିଟିପ୍ ଚିହ୍ନଟ

0 449

ଭୁବନେଶ୍ୱର,୩/୪(ଏସ୍‌ଏସ୍‌ନିୟୁଜ)ଓଡିଶାରେ କାୟା ମେଲାଉଛି କରୋନା !  ଭୁବନେଶ୍ୱରରେ ବମିଖାଲରେ ଗୋଟିଏ ଦିନରେ  ୩ କରୋନା ପଜିଟିଭ  ଚିହ୍ନଟହୋଇଥିବା ବେଳେ କଟକରେ ୧ କରୋନା ପଜିଟିପ୍ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୁଚନା ମିଳିଥିଲା । ,୩ପଜିଟିଭ ପରେ କରୋନା ଚିହ୍ନଟ ସଂଖ୍ୟା ୯କୁ ବୃଦ୍ଧି ହୋଇଛି । ହେଲେ ଆଜି ରାତିରେ ପୁଣି ୧୧ଜଣ କରୋନା ରେ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟବିଭଗ ପକ୍ଷରୁ ସୂଚନା ମିଳିବା ପରେ ଓଡିଶାବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି ।

ଗୋଟିଏ ଦିନରେ ୧୫ ଜଣ କରୋନା ରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସଂଖ୍ୟା ୨୦ କୁ ବୃଦ୍ଧି ହୋଇଛି ।  ଭୁବନେଶ୍ବର , କଟକ , ପୂରୀ , ଯାଯପୁର ଓ ଭଦ୍ରକରେ ଅନେକ ଆକ୍ରାନ୍ତ ହୋଇଛନ୍ତି । ତେବେ ସୂର୍ଯ୍ୟନଗର ପଜିଟିପ୍ ରୋଗୀଙ୍କ ସଂପର୍କରେ ଥିବା ୭ଜଣଙ୍କର ରିପୋର୍ଟ ପଜିଟିପ୍ ଆସିଛି । ଏନେଇ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଡ କରିଛି ।

Leave A Reply

Your email address will not be published.