ଓଲଟିପଡିଲା ଟୁରିଷ୍ଟବସ

0 121

ଭଦ୍ରକ,୨୦।୭(ଏସଏସନିଉଜ) ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡିଛି ତୀର୍ଥଯାତ୍ରୀ ବସ୍।ଯାହାଫଳରେ ୨୫ଜଣ ଆହତ ହୋଇଛନ୍ତି। ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ଓ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।ସମସ୍ତଙ୍କୁ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କୋଲକାତାରୁ ବସ୍ ଯୋଗେ ପୁରୀ ଯାଉଥିଲେ ୬୨ଜଣ ଯାତ୍ରୀ। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ଶିବମ ନାମକ ଏହି ଟୁରିଷ୍ଟବସ । ବସ୍‌ଟି ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟିଛି । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ହୋଇଛି ।ଖବରପାଇ ପୋଲିସ ଓ ଦମକଳବାହିନୀ ପହଁଚି ଆହତମାନଙ୍କୁ ଉଦ୍ଧାରକରିଥିଲେ ।ସମସ୍ତ ଆହତମାନଙ୍କୁ ଚିକିସ୍‌ାପାଇଁ ଭଣ୍ଡାରିପୋଖରୀ ମେଡିକାଲ ଓ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।

 

Leave A Reply

Your email address will not be published.