ପାନଦୋକାନରେ ବିକୁଥିଲେ ବିଦେଶୀ ମଦ

ଧରିଲା ପୋଲିସ

ମେଣ୍ଢାଶାଳ,୬।୬(ଏସଏସନିଉଜ)ପାନ ଦୋକାନରେ ବେଆଇନ ଭାବେ ବିଦେଶୀ ମଦ ବିକିବା ଅଭିଯୋଗରେ ଚନ୍ଦକା ଥାନାପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାରଦିନ କୋର୍ଟଚାଲାଣ କରିଛି।ସିଏ ହେଉଛନ୍ତି ଶିମୁଳି ପାଟଣାଗ୍ରାମର ଦେବରାଜ ସାହୁ ।
ପ୍ରକାଶଯେ, ଚନ୍ଦକାବଜାରରେ ଦେବରାଜଙ୍କର ଏକ ପାନଦୋକାନ ରହିଛି। ସେ ଉକ୍ତ ଦୋକାନରେ ବିଦେଶୀମଦ ବିକ୍ରି କରୁଥିବାନେଇ ପୋଲିସ ପାଖରେ ଆଗରୁ ଅଭିଯୋଗମାନ ପହଞ୍ଚୁଥିଲ।ସବୁଠାରୁ ବଡକଥା ହେଲା ଚନ୍ଦକା ଥାନାଠାରୁ ମାତ୍ର ଅଳ୍ପଦୂରରେ ରହିଥିବା ଏହି ଦୋକାନରେ ମଦ ବେପାର ଚାଲିଥିଲା।ପୋଲିସ ଗୁରୁବାର ରାତିରେ ଚଢାଉ କରି ଦୋକାନ ଭିତରୁ ସାଢେ଼ ୯ଲିଟର ବିଦେଶୀମଦ ଜବତ କରିବା ସହ ଦେବରାଜଙ୍କୁ ଗିରଫ କରିଥିଲେ।ଶୁକ୍ରବାର ପୋଲିସ ୧୮୩/୨୫କେସ ନମ୍ୱରରେ ଏକ ମକଦ୍ଦମା ରୁଜୁକରିଦେବରାଜଙ୍କୁ କୋର୍ଟଚାଲାଣ କରିଛି। (ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.