ପାଣିରେ ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ

0 104

ମାଲକାନଗିରି,୨୬ା୭(ଏସଏସନିଉଜ) ପାଣିରେ ବୁଡ଼ିଯାଇଛି ମାଲକାନଗିରିର କାଙ୍ଗୁରୁକୋଣ୍ଡା ପୋଲ। ଫଳରେ ଓଡ଼ିଶା- ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କାଙ୍ଗୋରୁକୋଣ୍ଡା ପୋଲ ଉପରେ ୧୦ ଫୁଟ ଉଚ୍ଚର ବନ୍ୟା ଜଳପ୍ରବାହିତ ହେଉଛି । ମାଲକାନଗିରି – ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି ୯୬ ପୋଲ ଓ କାଲିମେଳା -ପଡିଆ ମୁଖ୍ୟ ରାସ୍ତାରେ ଥିବା କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।ସେହିପରି ଲଗାଣ ବର୍ଷା ଯୋଗୁଁ କାଲିମେଳା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ଗତକାଲି ଜମିକୁ ଯାଇ ରାସବେଡା ପଞ୍ଚାୟତ ମୁଦୁଲିଗୁଡା ଗାଁର ଘେନୁ ଚାଲାଣ ଘରକୁ ଫେରି ନ ଥିଲେ । ଆଜି ମୁଦୁଲିଗୁଡ଼ା-ମାଛାଗୁଡ଼ା ନାଳରୁ ମୃତଦେହ ଉଦ୍ଧାର ହୋଇଛି।

 

Leave A Reply

Your email address will not be published.