ପରଲୋକରେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା

0 201

ଭୁବନେଶ୍ୱର,୫/୬(ଏସଏସନିୟୁଜ)ମାହାଙ୍ଗାର ପୂର୍ବତନ ବିଧାୟକ ତଥା ରାଜ୍ୟ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ବିକ୍ରମ କେଶରୀ ବର୍ମାଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ଅଶୀବର୍ଷର ଏହି ଜନନେତା କୋଭିଡ ରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଓଡିଶାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କୃଷକ , ଶିକ୍ଷକ ଓ ନିଷ୍ପେସିତ ଜନତାର ସେବାରେ ତାଙ୍କ ନିଃସ୍ୱାର୍ଥପର ସେବା ସଂକଳ୍ପିତ । ଅଧ୍ୟାପନାରୁ ନିଜ କର୍ମମୟ ଜୀବନ ଆରମ୍ଭ କରି ପ୍ରବାଦପୁରୁଷ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେଥିପାଇଁ ରାଜ୍ୟ ବିହନ ନିଗମ ଓ କାଜୁ ନିଗମର ଅଧ୍ୟକ୍ଷ ତଥା ମାହାଙ୍ଗା ର ବିଧାୟକ ଭାବେ ସେ ନିଜ ଦାୟିତ୍ଵବୋଧର ପରିଚୟ ଦେଇ ସର୍ବତ୍ର ଚର୍ଚ୍ଚିତ ହୋଇଥିଲେ । ବିଶେଷତଃ ରାଜ୍ୟ ୟୁଟିଆ ସଂଗଠନ ମାଧ୍ୟମରେ ବେସରକାରୀ ହାଇସ୍କୁଲ କୁ ସରକାରୀ ସ୍ତରରେ ପହଞ୍ଚାଇବା ରେ ତାଙ୍କ ଭୂମିକା ଅନସ୍ଵୀକାର‌୍ୟ୍ୟ।ଓଡିଶା ସଂସ୍କୃତି ମଞ୍ଚ ଓ ଗାନ୍ଧୀ ବିଚାର ମଞ୍ଚର ପ୍ରତିଷ୍ଠାତା କବି ବିକ୍ରମ ବର୍ମା ଙ୍କ ଭଳି ଜଣେ ସରଳ , ଆଦର୍ଶ ପ୍ରାଣ ଜନନାୟକଙ୍କ ବିୟୋଗରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଅଧ୍ୟାପକ ଡଃ ଯୁଧିଷ୍ଠିର ଖଟୁଆ , ଶିକ୍ଷକ ନେତା କଣ୍ଡୁରି ଚରଣ ସ୍ଵାଇଁ , ହେମନ୍ତ କୁମାର ଜେନା , ଉପେନ୍ଦ୍ର ନାଥ ସ୍ଵାଇଁ, ମହେନ୍ଦ୍ର କୁମାର ମଲ୍ଲିକ , ବଙ୍କିମ ବିହାରୀ ମହାନ୍ତି , ପବିତ୍ର କୁମାର ପଟ୍ଟନାୟକ , ସତ୍ୟପ୍ରିୟ ଦାସ , ଶୁଭାଂଶୁ କୁମାର ଦାସ , ବିଜୟ କୁମାର ସାମଲ ଆଦି ଗଭୀର ଶୋକପ୍ରକାଶ କରିବା ସଙ୍ଗେ ସଙ୍ଗେ ଅମର ଆତ୍ମାଙ୍କ ସଦ୍ଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.