ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

ଖବର ଆଜିର,ତାରିଖ ୦୬-୦୬-୨୦୨୧/ ରବିବାର

0 319

୧-ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ ।
୨-ଜୁନ୍‍ ୭ରୁ ଚାଲିବ ଦିଲ୍ଲୀ ମେଟ୍ରୋ; ୫୦% ଯାତ୍ରୀଙ୍କୁ ମିଳିବ ଅନୁମତି ।
୩-ବିଜେପି କୃଷକ ମୋର୍ଚ୍ଚାର ଚାଷୀଙ୍କ ହକ୍ ପାଇଁ ଆନେ୍ଦାଳନ ଡାକରା , ରେଜିଷ୍ଟ୍ରେସନ କରିଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣନ୍ତୁ : ପ୍ରଦୀପ ପୁରୋହିତ୍ ।
୪-ଜିଏସଟି ସଂଗ୍ରହ ଉପରେ କରୋନା ମାଡ । ମେ ମାସରେ ମୋଟ ୧ଲକ୍ଷ ୨ ହଜାର କୋଟି ଜିଏସଟି ସଂଗ୍ରହ ।
୫– ପଶ୍ଚିମବଙ୍ଗରେ ରାଜନୈତିକ ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଟିଏମସିର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରିଛନ୍ତି । ।
୬-ଦେଶରେ କୋଭିଡ-୧୯ ଦ୍ୱିତୀୟ ଲହର ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ୬୪୬ ଜଣ ଡାକ୍ତରଙ୍କର କରୋନାରେ ସଂକମ୍ରିତ ହୋଇ ମୃତ୍ୟୁ ଘଟିଛି : ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ।
୭-+୨ ମୂଲ୍ୟାୟନ ନେଇ ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି : ସମୀର ରଞ୍ଜନ ଦାଶ ।
୮-ପ୍ରାଣ ହରାଉନାହାନ୍ତି ଟିକା ନେଇଥିବା ସଂକ୍ରମିତ ବ୍ୟକ୍ତି: ଏମ୍ସ ଗବେଷଣା ।
୯-ଟ୍ୱିଟରର ୟୁ ଟର୍ଣ୍ଣ : ମୋହନ ଭଗବତଙ୍କ ସମେତ ଅନେକ ନେତାଙ୍କ ଆକାଉଣ୍ଟରେ ଏବେ ବ୍ଲୁ ଟିକ୍ ପୁନଃସ୍ଥାପିତ, ଅନୁସରଣକାରୀଙ୍କ ସଂଖ୍ୟାରେ ବୃଦ୍ଧି ।
୧୦-ରାଜଧାନୀବାସୀଙ୍କୁ ନିଶ୍ଚୟ ମିଳିବ ଦ୍ୱିତୀୟ ଡୋଜ୍ । ଦ୍ରୁତ ଗତିରେ ଆଗେଇବ ସାବାଳକ ଟିକାକରଣ । ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଦିଆଯିବ ଭ୍ୟାକ୍ସିନ ।
୧୧-ଆଜିଠୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ କରୋନା ଟେଷ୍ଟିଂ । ମୋବାଇଲ୍ ଭ୍ୟାନ ପଠାଯାଇ କରାଯିବ ଆଣ୍ଟିଜେନ୍ ଏବଂ ଆରଟିପିସିଆର ଟେଷ୍ଟ । ପ୍ରେସମିଟରେ ସୂଚନା ଦେଲେ ବିଏମସି କମିସନର ।
୧୨-ଟିକା ପାଇଁ ୨ଟି କମ୍ପାନୀ ପକାଇଥିଲେ ଟେଣ୍ଡର, ଚାଲିଛି ଡକୁମେଣ୍ଟ ଭେରିଫିକେସନ ।
୧୩-ଟ୍ୱିଟରକୁ ସରକାର ଦେଲେ ଶେଷ ଚେତାବନୀ । କହିଲେ, ନିୟମ ମାନ ନହେଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ।
୧୪-ଆପୋଲୋରେ ଜୀବନ ସହ ଯୁଦ୍ଧ କରୁଛନ୍ତି ଅମ୍ରିତ । ‘ମିଲାପ’ ମାଧ୍ୟମରେ ଆଶାକୁ ଆୟୁଷରେ ବଦଳାଇବାକୁ ଚାଲିଛି ଉଦ୍ୟମ । ଅମ୍ରିତଙ୍କ ପାଇଁ ଆଗେଇ ଆସିବାକୁ ଅନୁରୋଧ… ।
୧୫-ସୁଦୂର ରୁଷିଆର ଗୋଟେ କମ୍ପାନୀ ହିମାଚଳ ପ୍ରଦେଶରେ ଟିକା ଉତ୍ପାଦନର ଭିତ୍ତିଭୂମି ଖୋଜିପାରିଲା କିନ୍ତୁ କେନ୍ଦ୍ର ସରକାର ପାରିଲେ ନାହଁ: ଦିଲ୍ଲୀ ହାଇକୋର୍ଟ ।
୧୬-କଥା ରଖିଲେ ସଲମାନ, ୨୫୦୦୦ ସିନେ କଳାକାରଙ୍କ ଆକାଉଣ୍ଟକୁ ପଠାଇଲେ ଟଙ୍କା ।
୧୭-ଓଡିଶାର ହକିପ୍ରେମୀଙ୍କ ପାଇଁ ଖୁସି ଖବର । ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ଓଡିଆ ଭାଷାର ସିନେମା ‘ଦ ମାଉଣ୍ଟେନ ମ୍ୟାନ’ ।
୧୮-–ନୀତି ଆୟୋଗ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା ଷଡଙ୍ଗୀ ।
୧୯-ମଙ୍ଗଳ ଗ୍ରହରୁ ମାଟି ଆଣିବାକୁ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି ନାସା ।
୨୦-ଆନ୍ଧ୍ରରେ ପହଞ୍ଚିଲା ମୌସୁମି
୨୧-ଟ୍ବିଟ୍‌ରକୁ ରୋକଠୋକ୍‌ ଶୁଣାଇଲା RSS, କହିଲା- ଭାରତରେ ବି ଇଷ୍ଟ ଇଣ୍ଡିଆ କମ୍ପାନୀର ସାମାନ୍ତବାଦ ନୀତି ଚାଲିନଥିଲା । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.