ପାର୍କିଂକୁନେଇ ଦୁଇସାଙ୍ଗଙ୍କୁ ନିର୍ମମ ହତ୍ୟା

ଗଣେଶ, ପ୍ରଦୀପକୁ ଖୋଜୁଛି ପୁଲିସ

ଭୁବନେଶ୍ବର,୮ା୮(ଏସଏସନିଉଜ) ରାତି ପ୍ରାୟ ସାଢ଼େ୯ଟା ବେଳେ ପାର୍କିଂଭଳି ସାମାନ୍ୟ ଘଟଣାକୁ ନେଇ ଦୁଇସାଙ୍ଗଙ୍କୁ ଛୁରିଭୁସି ନିର୍ମମ ଭାବେ ହତ୍ୟା କରାଯାଇଛି। ଏୟାରଫିଲ୍ଡ ଥାନା କଲ୍ୟାଣପ୍ଲାଜା ଆନେକ୍ସରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଅଞ୍ଚଳର ଜୁଲୁ ସେଠୀ (୩୫) ଓ କଣ୍ଟିଲୋ ଅଞ୍ଚଳର ରଶ୍ମିରଂଜନ ସେଠୀ ଓରଫ ଜିତୁ (୨୮)।ଖବର ପାଇ ଡିସିପି ଓ ପୁଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
କଲ୍ୟାଣପ୍ଲାଜାର ପାର୍କିଂକୁ ନେଇ ପ୍ଲାଜା ମେଣ୍ଟେନାନ୍ସ ଦାୟିତ୍ବରେ ଥିବା ଗଣେଶ ଓ ରଶ୍ମିରଂଜନ ମଧ୍ୟରେ ବିବାଦ ଲାଗି ରହିଥିଲା। ଦୁଇଦିନ ତଳେ ରଶ୍ମିରଂଜନ ପ୍ଲାଜା ସମ୍ମୁଖ ପାର୍କିଂରେ କାର୍ ରଖିଥିବା ବେଳେ ହାତାହାତି ହୋଇଥିଲେ। ‌ ରାତି ପ୍ରାୟ ସାଢ଼େ ୯ଟାରେ ପ୍ଲାଜା ସମ୍ମୁଖ ଫାଙ୍କା ଥିବାରୁ ରଶ୍ମିରଂଜନ କାର୍‌କୁ ସେଠାରେ ପାର୍କିଂ କରି ନିକଟରେ ଥିବା ତାଙ୍କ ଦୋକାନକୁ ଯାଇଥିଲେ। ଗଣେଶ ସେଠାକୁ ଆସି ଗାଳିଗୁଲଜ କରି କାର୍‌କୁ ଗୋଇଠା ମାରି ହଟାଇବାକୁ କହିଥିଲା। ଏଥିରେ ଉତକ୍ଷିପ୍ତହୋଇ ରଶ୍ମିରଂଜନ ଗଣେଶକୁ ମାଡ଼ ମାରିଥିଲେ। ଗଣେଶଠାରୁ ଖବରପାଇ ୪ରୁ ଅଧିକ ସହଯୋଗୀଙ୍କ ସହ ପ୍ରଦୀପ ଛୁରିଧରି ସେଠାରେ ପହଞ୍ଚିବା ପରେ ସେମାନେ ରଶ୍ମିରଂଜନଙ୍କ ଛାତିକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଜୀବନ ବଂଚାଇବାକୁ ରଶ୍ମିରଂଜନ ଦୈାଡୁଥିବାବେଳେ ସେମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ରଶ୍ମିରଂଜନଙ୍କୁ ଏଭଳି ଅବସ୍ଥାରେ ଦେଖି ନିକଟରେ ଥିବା ଜୁଲୁ ଓ ଅନ୍ୟଜଣେ ସାଙ୍ଗ ଅଟକାଇବାକୁ ଦୌଡ଼ି ଆସିଥିଲେ। ହେଲେ ଗଣେଶ ଓ ପ୍ରଦୀପ ଉଭୟଙ୍କୁ ବି ଛୁରିରେ ଭୁସି ଫେରାର ହୋଇଯାଇଥିଲେ ।ସ୍ଥାନିୟଲୋକମାନେ ପୁଲିସକୁ ଜଣାଇବା ସହ ଗୁରୁତର ୩ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। ଘଟଣାସ୍ଥଳରେ ରଶ୍ମିରଂଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜୁଲୁଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

 

 

- Advertisement -

Leave A Reply

Your email address will not be published.