ପିଲା ଶିଖିଲେ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର

0 313

ଡେଲାଙ୍ଗ,୨୦/୧(ଏସ୍‌ଏସ୍‌ନିୟୁଜ)ପିଲାମାନେ ଶିଖିଲେ ଅଗ୍ନିନିର୍ବିପାକ ଯନ୍ତ୍ରର ବ୍ୟବହାର ,ଆମ୍‌ରକ୍ଷାର କୈାଶଳ ଓ ନିଜ ସହ ଅନ୍ୟଙ୍କୁ ବଂଚାଇବାର ଉପାୟ ।ଏହିଭଳି ଏକ ପରିବେଶ ମଙ୍ଗଳବାରଦିନ ରାଧାକାନ୍ତବିଦ୍ୟାପୀଠରେ ଡେଲାଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ସୃଷ୍ଟି କରାଯାଇଥିଲା । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ବିଦ୍ୟାପିଠ ପରିସରରେ ଆଜି ଡେଲାଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବହାର,ସତର୍କତା ଓ ଉଦ୍ଧାର ସମୟରେ କେଉଁ ଦିଗ ପ୍ରତିଧ୍ୟାନ ଦିଆଯିବା ଆବଶ୍ୟକ ଏନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ବିଦ୍ୟାଲୟ ପରିସରରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡେଲାଙ୍ଗ ଅଗ୍ନିଶମ ବିଭଗ ଅଧିକାରୀ ସନ୍ତୋଷ କୁମାର ଦାଶ,ଶ୍ରୀଧର ପ୍ରଧାନ, ମାଧବ ତ୍ରିପାଠୀ,ପୂର୍ବତନ ଶିକ୍ଷକ ସନ୍ତୋଷ ମହାନ୍ତି ,ପୂର୍ବତନ ପ୍ରଧାନ ଶିକ୍ଷକ ଗନ୍ଧର୍ବ ଜେନା ,ସ୍ମୃତିରେଖା ଚୈାଧୁରୀ ,ଇତିଶ୍ରୀ ପ୍ରଧାନ ,ସଂଗୀତା ମହାନ୍ତି,ଅର୍ଚ୍ଚନା ନାୟକ,ମୁଖ୍ୟ ଆଗ୍ନିକ ରଞ୍ଜନ ଭୋଇ,ଆଗ୍ନିକ ବିକେଶ କୁମାର ଧିର,ପ୍ରଶାନ୍ତ କୁମାର ସେଠୀ,କିଶୋର ରଣା,ଅଶୋକ କୁମାର ଦାସ ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରଛତ୍ରୀ ମାନଙ୍କୁ ଅଗ୍ନିକାଣ୍ଡ ସମୟରେ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବହାର,ଆତ୍ମରକ୍ଷା କୌଶଳ, ସତର୍କତା,ଉଦ୍ଧାର,ନିଆଁ ଲିଭାଇବାର କୌଶଳ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୁରୀ କାଳିନ ସେବା ସମ୍ପର୍କରେ ବିଭାଗୀୟ ଅଧିକାରୀ ଶ୍ରୀ ଦାଶ ବୁଝାଇଥିଲେ । ଏହା ପରେ ବିଦ୍ୟାଳୟ ପଡିଆରେ ଆଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର କୌଶଳ ପଦର୍ଶନ କରାଯାଇଥିଲା ।

Leave A Reply

Your email address will not be published.