ଭୁବନେଶ୍ବର, ୧୯ା୭(ଏସଏସନିଉଜ) ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ପୀତାମ୍ବରଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ପୀତାମ୍ବର ଆଚାର୍ଯ୍ୟ ହୋଇଛନ୍ତି ଆଡଭୋକେଟ୍ ଜେନେରାଲ ହୋଇଛନ୍ତି। ପୀତାମ୍ବରଙ୍କ ନିଯୁକ୍ତି ରାଜ୍ୟ ଆଇନ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି। ଆଡଭୋକେଟ୍ ଜେନେରାଲ ଏକ ସାମ୍ୱିଧାନିକ ପଦବି। ସରକାର କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ ଏଜି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି କରିବା କଥା। ଏକାଧିକ ବରିଷ୍ଠ ଆଇନଜୀବୀ ଲବିରେ ଥିବାରୁ ନିଷ୍ପତ୍ତି ବିଳମ୍ୱ ହୋଇଥିଲା। ମୋହନ ସରକାର ଶେଷରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ମୋହର ମାରିଛନ୍ତି।
