ପୋଲିସ ହେବ ତ ପରମାନନ୍ଦଙ୍କ ପରି

0 778

ବାରଙ୍ଗ,୧୬/୪(ଏସଏସନିୟୁଜ) ପୋଲିସ ଏକ ଚାକିର ନୁହଁ । ଏହା ଏକ ସେବା । ଏହା ପ୍ରମାଣ କରି ଦେଖାଇଛନ୍ତି ନନ୍ଦନକାନନ ଥାନାଧିକାରୀ ପରମାନନ୍ଦ ନାୟକ । କେବଳ ଚାକିରୀ ରେ ନିଜର ଅଫିସ୍ କାର୍ଯ୍ୟ ସରିବା ପରେ ନିଜର କର୍ତ୍ତବ୍ୟକୁ ଭୁଲିନାହାନ୍ତି ସେ । ନିଜ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସଙ୍ଗେ ସଙ୍ଗେ ପୋଲିସର ପ୍ରକୃତ ସେବା ଦେଖାଉଛନ୍ତି ।    କରୋନାପାଇଁ ସମଗ୍ର ଦେଶ ଲକଡାଉନ ହୋଇଛି ।ଏହି ଲକଡାଉନ ସମୟରେ ପୋଲିସର ଭୁମିକା ବହୁତ ଗୁରୁତ୍ୱ ପୁର୍ଣ୍ଣ ରହିଛି । ବିଶେଷକରି କିଛି କାମ ନଥାଇ ବାହାରକୁ ଆସୁଥିବା ଲୋକଙ୍କୁ ପୋଲିସ ସଚେତନ କରିବାସହ ଅମାନିଆ ଯୁବକମାନଙ୍କୁ ସାବାଡ୍ କରୁଥିବାର ଦେଖିବାକୁ ମିଳୁଛି । ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ବିଭିର୍ଣ ଜାଗାରେ ନାକାବନ୍ଦିକରି ପୋଲିସ ରାସ୍ତା ଉପରେ ଜଗି ରହିଛି  । ପୋଲିସ ନିଜ ଜୀବନକୁ ବାଜି ଲଗାଇ ରାସ୍ତାରେ ଜଗିରହିଥିବାବେଳେ ପୁଣି ଦୁଇପାଦ ଆଗକୁ ଯାଇ ଏହି ଅସମୟରେ ସାଧାରଣ ଲୋକଙ୍କ ବନ୍ଧୁପାଲଟିଛି । ନିଜର କାର୍ଯ୍ୟ ସୁରୁଖୁରୁରେ ମେଣ୍ଟାଉଥିବା ବେଳେ ବଳକା ସମୟରେ ପରମାନନ୍ଦ ନିସହାୟ ଗରିବ ଲୋକଙ୍କୁ ଖୋଜିବାକୁ ଯାଆନ୍ତି ।ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ତାଙ୍କର ପ୍ରାଣମୁର୍ଛା ସେବା ଯୋଗାଇଥାନ୍ତି । କେତେବେଳେ ଲୋକଙ୍କୁ ହସ୍ପିଟାଲକୁ ନେଇଯାଆନ୍ତି ତ ଆଉ କେତେବେଳେ ଭୋକିଲା ପେଟକୁ ଅର୍ଣ୍ଣଦାତା ସାଜି ଖାଇବାକୁ ଦେଇଥାନ୍ତି ।ସିଧାସିଧା କହିବାକୁ ଗଲେ ପରଉପକାରୀ ସେ । ଯେଉଁଠି ବି ସେ ଅସହାୟ ବ୍ୟକ୍ତିଙ୍କୁ ଦେଖନ୍ତି ,ସେଇଠି ଆଗପଛ ନଭାବି ବଢେଇ ଦେଇଥାନ୍ତି ସାହାର୍ଯ୍ୟର ହାତ ।  ଯାହାର ଜ୍ୱଳନ୍ତ ଉଦାହରଣ ଗୁରୁବାର ଦିନ ନନ୍ଦନକାନନଥାନା ପୋଲିସର କାର୍ଯ୍ୟରୁ ଦେଖିବାକୁ ମିଳିଛି ।

ନନ୍ଦନକାନନଥାନା ଅଧିକାରୀ ପରମାନନ୍ଦ ନାୟକ ଥାନାର କର୍ମଚାରୀମାନଙ୍କୁ ସକାଳେ ନାକାବନ୍ଦୀ କାମରେ ନିୟୋଜିତ କରି ବାହାରି ପଡିଥିଲେ ସେହି  ନିସହାୟ ଓ ଗରିବ ଲୋକଙ୍କ ପାଖକୁ । ଏଭଳି ଘଡିସନ୍ଧି ମୁର୍ହୁତରେ କେନ୍ଦୁପାଟଣା , ପଦାସାହି ,ରଘୁନାଥପୁର  ଗାଁ ଗାଁ ବୁଲି  ଲୋକଙ୍କ ନିକଟରେ ପହଁଚି ଶୁଖିଲା ଖାଦ୍ୟ , ମାସ୍କ୍ ପ୍ରଦାନ କରିଛନ୍ତି । ଘରେ ରହିବା ସୁସ୍ଥ ରହିବା ସୁରକ୍ଷିତ ରହିବା ଏହି କଥାକୁ ଜନସାଧାରଣମାନଙ୍କୁ ନିବେଦନ କରିଛନ୍ତି । ଗୋଟିଏ ଦିନରେ ଦୁଇଶହରୁ ଉର୍ଦ୍ଧ ଲୋକଙ୍କୁ ଠାବ କରି ସେମାନଙ୍କୁ ଖାଦ୍ୟପ୍ରଦାନ କରିବା ସହ ଅସୁବିଧା ହେଲେ ତୁରନ୍ତ ଯୋଗାଯୋଗ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଥାନା ଅଧିକାରୀଙ୍କୁ ତାଙ୍କ ସହଯୋଗୀ ସବ୍-ଇନ୍‌ସପେକ୍ଟର ସୈାରଭ ଭୋଇ , ନବଘନ ମଲ୍ଲିକ ଓ ସଂଯୁକ୍ତା ସାହୁ ପ୍ରମୁଖ  ସହଯୋଗ କରିଥିଲେ । ଥାନାଧିକାରୀଙ୍କ ଏହି ମହତ କାର୍ଯ୍ୟକୁ ନେଇ ସମଗ୍ର ଥାନା ଅଞ୍ଚଳରେ ପ୍ରଶଂସା ପାତ୍ର ହୋଇଛନ୍ତି । ପୋଲିସ ହେବ ତ ପରମାନନ୍ଦଙ୍କ ପରି ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି ।

Leave A Reply

Your email address will not be published.