ପୋଲିସ,ପୋଲିସ ମୁହାଁମୁହିଁ

ଖବର ଆଜିର,ତାରିଖ ୨୨-୦୬-୨୦୨୧/ ମଙ୍ଗଳବାର

0 240

୧-ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହେଲା ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଦଶମ ଯାଏଁ ଅନଲାଇନରେ ହେଲା କ୍ଲାସ । ଉପାନ୍ତ ଜିଲ୍ଲାରୁ ଆସିଲା ବିକଳ ଚିତ୍ର, ଅନେକ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ ପଢ଼ି ପାରିଲେନି ପାଠ ।
୨-ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ । ଚତୁର୍ଥ ଦିନ ବି ବର୍ଷାରେ ଧୋଇଗଲା ।
୩-ନୂଆ ଜାତୀୟ ରେକର୍ଡ କଲେ ଦୂତୀ , ୧୧.୧୭ ସେକେଣ୍ଡରେ ଦୌଡିଲେ ୧୦୦ ମିଟର ।
୪-5G ନେଟୱାର୍କ ତିଆରି ପାଇଁ ଟିସିଏସ୍ ସହ ହାତ ମିଳାଇଲା ଏୟାରଟେଲ୍, ଶୀଘ୍ର ଆରମ୍ଭ ହେବ ଟ୍ରାଏଲ୍ ।
୫-ମମତାଙ୍କୁ ଝଟକା, ହିଂସାର ତଦନ୍ତ ପାଇଁ ହାଇକୋର୍ଟଙ୍କ ଆଦେଶରେ ଗଠନ ହେଲା କମିଟି ।
୬-ଟୋକିଓ ଅଲମ୍ପିକ୍ସରେ ଲେଖା ହେବ ନୂଆ ଇତିହାସ, ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ଭାଗ ନେବେ ଲାଉରେଲ୍‌ ।
୭-୬ ଜୁଲାଇ ସୁଦ୍ଧା ଗ୍ରାହକ ସୁରକ୍ଷା ଆଇନରେ ପ୍ରସ୍ତାବିତ ସଂଶୋଧନ ଉପରେ ସରକାର ଲୋଡିଲେ ମନ୍ତବ୍ୟ / ପରାମର୍ଶ ।
୮-ଟିକାକରଣରେ ରେକର୍ଡ : ଦିନକରେ ଦେଶରେ ଦିଆଗଲା ୮୧ ଲକ୍ଷ ଭ୍ୟାକସିନ୍, ମୋଦି କହିଲେ ‘ଓ୍ବେଲ୍ ଡନ୍‌ ଇଣ୍ଡିଆ’
୯-ୟୁପି ଝିଅ ଓଡ଼ିଶା ପୁଅଙ୍କ ପ୍ରେମବିବାହକୁ ନେଇ ୟୁପି ପୋଲିସ, ଓଡ଼ିଶା ପୋଲିସ ମୁହାଁମୁହିଁ । କୋର୍ଟରେ ଯୁବତୀଙ୍କ ବୟାନ ରେକର୍ଡ, ମାମଲା ଖାରଜ, ଖାଲି ହାତରେ ଫେରିଲା ୟୁପି ପୋଲିସ ।
୧୦–ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ନେଇ ସିବିଏସ୍‌ଇର ସୁପ୍ରିମକୋର୍ଟରେ ପୁଣି ସତ୍ୟପାଠ। ପୂର୍ବ ପଦ୍ଧତିରେ ଆଉ ୨ଟି ବିନ୍ଦୁ ଯୋଡ଼ି ସିବିଏସ୍‌ଇର ସତ୍ୟପାଠ ଦାଖଲ।ଅଫଲାଇନ ପରୀକ୍ଷା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଅନଲାଇନ ପଞ୍ଜୀକରଣ କରିବେ। ଅଫଲାଇନରେ ପରୀକ୍ଷା ଦେଲେ ସେହି ମାର୍କ ଚୂଡ଼ାନ୍ତ ହେବ।
୧୧–ବିଭିନ୍ନ ଜେଲରୁ ମୁକୁଳିବେ ୧୬ କଏଦୀ, ରାଜ୍ୟ ସରକାରଙ୍କ ନିର୍ଦେଶ। ରାଜ୍ୟ ଦଣ୍ଡ ସମୀକ୍ଷା କମିଟିର ସୁପାରିଶ କ୍ରମେ ମୁକୁଳିବେ। ୧୬ କଏଦୀଙ୍କ ମଧ୍ୟରୁ ୩ଜଣ ଭାଇଜାଗରେ ଅଛନ୍ତି।
୧୨-କରୋନା କଟକଣା ପାଇଁ ଏବର୍ଷ ମଧ୍ୟ ଅମରନାଥ ଯାତ୍ରା ବନ୍ଦ
୧୩–ଆସନ୍ତା ଡିସେମ୍ବର ସୁଦ୍ଧା ୨୫୭ କୋଟି ଡୋଜ ଟିକା ଉତ୍ପାଦନ ଲକ୍ଷ୍ୟ,ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ଟିକାକରଣ କରାଯିବ-ଜେ.ପି.ନଡ୍ଡା ।
୧୪-ଟିକାକରଣକୁ ନେଇ ତେଜିଲା ରାଜନୀତି । ରାଜ୍ୟର ବିଭିନ୍ନ ଟିକାକେନ୍ଦ୍ରରେ ଧସେଇ ପଶିଲେ ବିଜେପି କର୍ମୀ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଲେ ମୋଦୀଙ୍କ ଫଟୋ ରଖିବାକୁ ଦାବି ।
୧୫-ମିଳୁନି କାମଧନ୍ଦା, ସୁରତ ଲେଉଟିଲେଣି ପ୍ରବାସୀ ।
୧୬-ଦେଶରୁ ଲୁଚି ପଳାଇବାକୁ ଚେଷ୍ଟା କରୁଥିବା ଦୁବାଇ ରାଜକୁମାରୀ ଏବେ ସ୍ପେନ୍‌ରେ, ସୋସିଆଲ ମିଡିଆରେ ଫଟୋ ଭାଇରାଲ୍‌, ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.