Take a fresh look at your lifestyle.

ପ୍ରଦୀପଙ୍କୁ ଗିରଫ  କଲା କ୍ରାଇମ୍‌ ବ୍ରାଞ୍ଚ

0 216

ଭୁବନେଶ୍ବର,୩/୧୨(ଏସଏସନିୟୁଜ)କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇ ପଚରାଉଚରା କରୁଥିବାର ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛି । ସାଇବର ଥାନା କେସ୍ ନଂ- ୨୬/୨୦୨୦ ଆଧାରରେ ପଚରାଉଚରା ସହ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ବୋଲି କ୍ରାଇମ ବ୍ରାଞ୍ଚ ସ୍ପଷ୍ଟ କରିଛି ।ହଠାତ୍ କ୍ରାଇମବ୍ରାଞ୍ଚ ଆଜି ପ୍ରଦୀପଙ୍କୁ ଘରୁ ଯେଉଁଭଳି ଭାବରେ ଉଠାଇ ନେଇଛି ,ଏହାକୁ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଘୋର ବିରୋଧ କରିଛନ୍ତି ।୪ଟି ଗାଡିରେ ଆସି କ୍ରାଇମବ୍ରାଞ୍ଚ ବୋଲି ପରିଚୟ ଦେଇ ମୋ ସ୍ୱାମୀଙ୍କୁ ଉଠାଇ ନେଇଛନ୍ତି ,ଯଦି ମୋ ସ୍ୱାମୀଙ୍କର କିଛି ଅସୁବିଧା ହେଲେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ।

Leave A Reply

Your email address will not be published.