ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗ୍ରସ୍ତ କୁ ବିରୋଧ

0 744

ନୂଆଦିଲ୍ଲୀ:୨୮/୭(ଏସଏସଏନ୍)ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର  ଆସନ୍ତା ଅଗଷ୍ଟ ୫ ତାରିଖରେ ରାମ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଶିଳାନ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମନ୍ଦିରର ଭୂମିପୂଜା ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛନ୍ତି ଲୋକସଭା ସଦସ୍ୟ ଅସଉଦ୍ଦୀନ ଓୱେସୀ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସାମ୍ବିଧାନିକ ଶପଥର ଉଲ୍ଲଂଘନ କରିବ। କାରଣ ଧର୍ମ ନିରପେକ୍ଷତା ହେଉଛି ଦେଶର ସମ୍ବିଧାନର ଗୁରୁତ୍ଵପୂର୍ଣ୍ଣ ଅଂଶ ବୋଲି କହିଛନ୍ତି ।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ରାମ ମନ୍ଦିର ଭୂମି ପୂଜନରେ ସାମିଲ ହେଲେ ତାଙ୍କ ସାମ୍ବିଧାନିକ ପଦର ଶପଥର ଉଲ୍ଲଂଘନ ହୋଇପାରେ। ଆମେ ଏହା ଭୁଲିପାରିବୁ ନାହିଁ ଯେ ୪୦୦ ବର୍ଷ ଧରି ବାବ୍ରି ମସଜିଦ୍‌ ଅଯୋଧ୍ୟାରେ ଥିଲା। କିନ୍ତୁ ୧୯୯୨ରେ ମସଜିଦକୁ ଏକ ଆପରାଧିକ ଗୋଷ୍ଠୀ ଭାଙ୍ଗି ଦେଇଥିଲେ ବୋଲି ଏଆଇଏମଆଇଏମ୍‌ ଅଧ୍ୟକ୍ଷ ଓୱେସୀ ମୋଦୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଛନ୍ତି।

Leave A Reply

Your email address will not be published.