ପୁଣି ୧୯୭୭ ନୂଆ ପଜିଟିଭ୍

0 498

ଭୁବନେଶ୍ୱର,୧୪ /୮ (ଏସ ଏସ ନିୟୁଜ ) ପୁଣି ୩୦ ଜିଲ୍ଲାରୁ ୧୯୭୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ଖୋର୍ଦ୍ଧାଜିଲ୍ଲା ସବୁଠାରୁ ଆଗରେ ସର୍ବାଧିକ ୩୩୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏହା ପଛରେ ଗଞ୍ଜାମରୁ ୨୮୦, ମୟୂରଭଞ୍ଜରୁ ୧୨୦, ଭଦ୍ରକରୁ ୧୧୮ ଓ କଟକରୁ ୧୦୧ ରହିଛି। ଏହା ପରେ ଗଜପତିରୁ ୯୩, କୋରାପୁଟରୁ ୯୦, ସୁନ୍ଦରଗଡ଼ରୁ ୮୮, ପୁରୀରୁ ୮୩, ନୟାଗଡ଼ରୁ ୭୫, ରାୟଗଡ଼ାରୁ ୭୦, ଯାଜପୁରରୁ ୬୯, କନ୍ଧମାଳରୁ ୬୦, ସମ୍ବଲପୁରରୁ ୫୯, ବାଲେଶ୍ୱରରୁ ୫୬, ମାଲକାନଗିରିରୁ ୫୨, କଳାହାଣ୍ଡିରୁ ୪୮, ଢେଙ୍କାନାଳରୁ ୪୦, ଜଗତସିଂହପୁରରୁ ୩୪, ବରଗଡ଼ରୁ ୨୨, ନୂଆପଡ଼ାରୁ ୨୦, ନବରଙ୍ଗପୁରରୁ ୧୭, ଝାରସୁଗୁଡ଼ାରୁ ୧୧, କେନ୍ଦୁଝରରୁ ୧୦, ବଲାଙ୍ଗୀର ଓ ସୋନପୁରରୁ ୭ ଲେଖାଏଁ, କେନ୍ଦ୍ରାପଡ଼ାରୁ ୬, ବୌଦ୍ଧରୁ ୫ ଏବଂ ଦେବଗଡ଼ ଓ ଅନୁଗୁଳରୁ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରୁ ୧୨୪୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୭୩୬ ସ୍ଥାନୀୟ ମାମଲା ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ ରେ ପହଞ୍ଚିଛି ।ରାଜ୍ୟରେ ଏବେ ସୁଦ୍ଧା ମୋଟ ୮,୦୭,୮୨୬ ଜଣଙ୍କର ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୩୭,୯୦୦ ଜଣ ସୁସ୍ଥ ହୋଇଥିବା ବେଳେ ୧୬,୩୫୩ ଆକ୍ଟିଭ ମାମଲା ରହିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.