ପରିବର୍ତ୍ତନ ହେଲା କୋଠାବାଡ଼ି ନିର୍ମାଣ ନିୟମ

0 520

ଭୁବନେଶ୍ୱର,୧୪/.୮ (ଏସ ଏସ ନିୟୁଜ )ରାଜ୍ୟ ସରକାର କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ କରିଛନ୍ତି ।ପୂର୍ବରୁ ୪ଟି ଗୃହ ଥବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯାଉଥିଲା ।ଏବେ ୮ଟି ଗୃହ ଥିବା ଘରକୁ ଆପାର୍ଟମେଣ୍ଟ କୁହାଯାଇପାରିବ । ଓଡ଼ିଶା ଉନ୍ନୟନ ଯୋଜନା ଓ ନିର୍ମାଣମାନକ ନିୟମ -୨୦୨୦ ଆଧାରରେ ବହୁତଳ ଅଟ୍ଟାଳିକ ନିର୍ମାଣ ପାଇଁ ସରକାର ନିୟମରେ କୋହଳ କରିଛନ୍ତି । ଖର୍ଦ୍ଦିଯୋଗ୍ୟ ଫ୍ଲୋର ଏରିଆ ରେସିଓ ପାଇଁ ଦେୟ ମୂଲ୍ୟ ୫୦ ପ୍ରତିଶତ କମିଛି । ମଡେଲ ପ୍ଲାନ୍ ଅନୁମତି ପାଇଁ ବାରମ୍ବାର ଦୌଡିବାକୁ ପଡିବନି। ଆବଶ୍ୟକ ଟଙ୍କା ଓ ଅଣ୍ଡରଟେକିଂରେ ଘର କରିହେବ । ୧୫ରୁ ୧୮ ମିଟର ଉଚ୍ଚ ଘର ପାଇଁ ୫୦ ପ୍ରତିଶତ ଖାଲି ସ୍ଥାନ ଛାଡିବେ ଡେଭଲପର । ସେହିପରି ୧୮ ମିଟରରୁ ଉଚ୍ଚ ଘର କଲେ ୪୦ % ସ୍ଥାନ ଖାଲି ରଖିବାକୁ ବାଧ୍ୟ। କୋଠାବାଡ଼ି ଓ ଗୋଦାମ ଗୃହ ପାଇଁ ପାର୍କିଂ ସ୍ଥାନ ୯୦ ପ୍ରତିଶତ ହୋଇଥିବା ବେଳେ ଉଚ୍ଚ ଅଟ୍ଟାଳିକା ନିର୍ମାଣରେ ପ୍ଲଟ୍ ସାଇଜ୍‌କୁ ନେଇ କୌଣସି ପ୍ରତିବନ୍ଧକ ହେବନି ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

Leave A Reply

Your email address will not be published.