ମାଲକାନଗିରିରେ ପୁଣି ଲଗାଣ ବର୍ଷା

0 489

ମାଲକାନଗିରି,୧୪/୮(ଏସ ଏସ ନିୟୁଜ )ମାଲକାନଗିରି ଜିଲ୍ଲାର ପ୍ରାୟ ସମସ୍ତ ନଦୀର ଜଳସ୍ତର ବଢିବାରେ ଲାଗିଛି ।ଗତକାଲି ରାତିରେ ବର୍ଷା ବନ୍ଦ ଥିବା ବେଳେ ଆଜି ସକାଳୁ ପୁଣି ବର୍ଷା ଆରମ୍ଭ ହୋଇଯାଇଛି । ପୋଟେରୁ ,କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୯୬, କାଙ୍ଗୁରୁକୋଣ୍ଡା ପୋଲ ଉପରେ ନଦୀ ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ନଦୀରେ ଜଳ ସ୍ତର ବଢିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।୩୨୬ ନଂ ଜାତୀୟ ରାଜପଥରେ ଜଳ ପ୍ରଭାବିତ ଯୋଗୁ କାଲିମେଳା ରୁ ମାଲକାନଗିରି ଯୋଗାଯୋଗ ବିଛିନ୍ନ ହୋଇଛି।(ମାଲକାନଗିରିରୁ – ବାଦଲ ବିଶ୍ଵାଳ ରିପୋର୍ଟ)

Leave A Reply

Your email address will not be published.