ପୁଣି ଆଜି ୫୭୦ ପଜିଟିଭ , ୫ ମୃତ

0 264

ଭୁବନେଶ୍ବର,୧୧/୭( ଏସଏସନିୟୁଜ) ପୁଣି ଆଜି ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୨୧୮ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୪୪, କଟକରୁ ୪୬,ନୟାଗଡରୁ ୩୭, ଖୋର୍ଦ୍ଧାରୁ ୩୭, ଝାରସୁଗୁଡାରୁ ୩୧,ଗଜପତିରୁ ୨୫, ଯାଜପୁର ୪୦,ପୁରୀ ୧୫, ଜଗତସିଂପୁର ୧୬, ଅନୁଗୁଳ ୧୧, ବାଲେଶ୍ବର ୩, ଭଦ୍ରକ ୩, ବୋଦ୍ଧ ୩, କେନ୍ଦ୍ରାପଡା ୬, କେନ୍ଦୁଝର ୧୪, କୋରାପୁଟ ୧୧, ମୟୂରଭଞ୍ଜ ୧୦ ଓ ସମ୍ବଲପୁର ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଞ୍ଚିଛି। ଶନିବାର ଚିହ୍ନଟ ୫୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୧୮୬ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପୁଣି ୫ ଜଣ ଆଜି ମୃତ୍ୟୁ ବରଣ କରିଛନ୍ତି ।ଏହି ୫ ଜଣଙ୍କ ମଧ୍ୟରେ ଦୁଇ ଜଣ ଗଞ୍ଜାମ ଜିଲାରୁ ରହିଥିବା ବେଳେ କଟକ, ପୁରୀ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି।ସେହିପରି କଟକ ଜିଲାରୁ ପ୍ରାଣ ହରାଇଥିବା ୪୬ବର୍ଷୀୟ ପୁରୁଷ ଥାଇରଏଡ଼ , ଡାଇବେଟିସ୍ ଓ ବ୍ଲଡ ପ୍ରେସରରେ ଆକ୍ରାନ୍ତ ଥିଲେ ।ଭୁବନେଶ୍ୱରରୁ ପ୍ରାଣ ହରାଇଥିବା ସଂକ୍ରମିତ ମହିଳା ୫୬ ବର୍ଷର ବୋଲି ଜଣାପଡ଼ିଛି । ସେ ମଧ୍ୟ ଡାଇବେଟିସ୍ରେ ପିଡ଼ୀତ ଥିଲେ ।ପୁରୀ ଜିଲାରୁ ଜଣେ ୭୦ ବର୍ଷୀୟ ପୁରୁଷ ପୂର୍ବରୁ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପିଡ଼ୀତ ଥିଲେ । ଆଜି ମୃତ୍ୟୁ ବରଣ କରିଥିବା ୫ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.