ପୁଣି ବଢିଲା କରୋନାରେ ଆକ୍ରାନ୍ତ ସଂଖ୍ୟା:ଭୁବନେଶ୍ବରରେ ପୁଣି ୨ ଜଣ ଚିହ୍ନଟ

0 256

ଭୁବନେଶ୍ବର:୫/୪(ଏସଏସଏନ୍) : ଦିନକୁ ଦିନ କରୋନା ଭୁତାଣୁରେ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ୨୧ଟି ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି  ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛି । ରାଜ୍ୟରେ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ରବିବାର ଚିହ୍ନଟ ହୋଇଥିବା ଦୁଇ କୋଭିଡ-୧୯ ପଜିଟିଭ ରୋଗୀ ଭୁବନେଶ୍ବର ହିଁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କପିଳ ପ୍ରସାଦ ହାଉସିଂ ବୋର୍ଡର ଫେଜ୍-୨ରେ ରହନ୍ତି। ତାଙ୍କର ବୟସ ୭୦ ବର୍ଷ। ସେ ନିକଟରେ ଅଷ୍ଟ୍ରେଲିଆରୁ‌ ଫେରିଥିଲେ। ସରକାରଙ୍କ ନିୟମ ମାନି ସେ ହୋମ କ୍ବାରେଣ୍ଟାଇନରେ ଥିଲେ।


ଆଜି ଚିହ୍ନଟ ହେଲେ ବମିଖାଲର ଆଉ ଜଣେ ବାସିନ୍ଦା। ତାଙ୍କ ବୟସ ୨୯ ବର୍ଷ। ରାଜ୍ୟ ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଟ୍ବିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି। ଭୁବନେଶ୍ବର କପିଳ ପ୍ରସାସ ହାଉସିଂ ବୋର୍ଡର ଫେଜ୍‌-୨ରେ ରହୁଥିବା ଜଣେ ୭୦ ବୟସ୍କ ବ୍ୟକ୍ତି ଏବଂ ଅନ୍ୟଜଣେ ବମିଖାଲର ଯୁବକ୨୯ ବର୍ଷୀୟ ଯୁବକ।

Leave A Reply

Your email address will not be published.