ପୁଣି ବାହାରିଲା ପୁରୁଣା ରୋଗ

 ଖବର ଆଜିର,ତାରିଖ ୦୯-୦୬-୨୦୨୧,ବୁଧବାର

0 303

୧-କୋଭିଡ ସହାୟତା: ସହରାଞ୍ଚଳର ଉଠାଦୋକାନୀଙ୍କ (Street vendors ) ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ।
୨-କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ବେଆଇନ ଭାବେ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ ବନ୍ଦ କରିବାକୁ ରାଜ୍ୟକୁ କହିଲେ ସୁପ୍ରିମକୋର୍ଟ ।
୩-ଆରମ୍ଭ ନହେଉଣୁ ଇନକମ ଟ୍ୟାକ୍ସର ନୂତନ ଓ୍ଵେବସାଇଟ୍ରେ ତ୍ରୁଟି ହିଁ ତ୍ରୁଟି, ଟ୍ଵିଟରରେ ନିଲେକଣିଙ୍କ ‘କ୍ଲାସ୍’ ନେଲେ ଅର୍ଥ ମନ୍ତ୍ରୀ ସୀତାରମଣ ।
୪-ପରବର୍ତ୍ତୀ COVID-୧୯ ଲହରରେ ପିଲାମାନଙ୍କୁ ଗୁରୁତର ଭାବରେ ସଂକ୍ରମିତ କରିବ ବୋଲି ଦର୍ଶାଇବା ଭୁଲ – ଏହା ଉପରେ କୌଣସି ତଥ୍ୟ ନାହିଁ – ଡଃ ଗୁଲେରିଆ ।
୫-‘ତୃତୀୟ ଲହର ଶିଶୁମାନଙ୍କ ପାଇଁ କେତେ ଘାତକ ତାହା କହିବା ମୁସ୍କିଲ, ଏହା ଉପରେ କୌଣସି ଡାଟା ନାହିଁ’ : ଏମ୍ସ ନିର୍ଦ୍ଦେଶକ ।
୬-ବୈଷ୍ଣୋ ଦେବୀ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ : ଟଙ୍କା ଏବଂ କାଗଜପତ୍ର ପୋଡି ପାଉଁଶ ।
୭–ମାଗଣା ଟିକା ଘୋଷଣା ପରେ କେନ୍ଦ୍ର ସରକାରଙ୍କ ନୂଆ ମାର୍ଗଦର୍ଶିକା ଜାରି। ୧୮ବର୍ଷରୁ ଊର୍ଦ୍ଧ୍ବ କାହାକୁ ଅଗ୍ରାଧିକାର ଦିଆଯିବ ସେଥିନେଇ ନିର୍ଣ୍ଣୟ ନେବେ ରାଜ୍ୟ ସରକାର ।
୮–ଟିକା ଖରିଦ ନେଇ ନୀତି ଆୟୋଗ ଡା.ଭି.କେ.ପଲଙ୍କ ସୂଚନା-ମୋଟ ୭୪ କୋଟି ଟିକା ପାନ କିଣିବା ପାଇଁ କେନ୍ଦ୍ର ସରକାର ଅର୍ଡର ଦେଇଛନ୍ତି। ସେପ୍ଟେମ୍ବର ସୁଦ୍ଧା ମିଳିବ ସମସ୍ତ ଟିକା।
୯–ୟୁଜି ଓ ପିଜି ପରୀକ୍ଷା ନେଇ ୧୨ରେ କୁଳପତିମାନଙ୍କ ବୈଠକ। କୁଳପତି ଓ ଅଧ୍ୟକ୍ଷଙ୍କ ସହ ବୈଠକ ପରେ ନିଆଯିବ ନିଷ୍ପତ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ ।
୧୦-ପୁଣି ବାହାରିଲା ଚୀନର ପୁରୁଣା ରୋଗ । ଏଲଏସିରେ ପଇଁତରା ମାରିଲା ଚୀନର ଯୁଦ୍ଧ ବିମାନ ।
୧୧-ସିଜ୍‌ ହେଲା ପାରସ୍‌ ହସ୍ପିଟାଲ : ଅକ୍ସିଜେନ ଅଭାବରୁ ୫ ମିନିଟରେ ଚାଲିଯାଇଥିଲା ୨୨ କରୋନା ରୋଗୀଙ୍କ ଜୀବନ ।
୧୨-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ସୂଚନା । ଟିକା ନେବା ପରେ କରୋନା ସଂକ୍ରମଣରେ ୪୭୫ ଜଣଙ୍କର ମୃତ୍ୟୁ
୧୩-ଆଗାମୀ ଦିନରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ସହ ୫ କୋଟି ପିଏନଜି ସଂଯୋଗ ଲକ୍ଷ୍ୟ : ଧର୍ମେନ୍ଦ୍ର ପ୍ରଧାନ ।
୧୪-ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ।
୧୫-ଧୀମା ହୋଇଛି ମୌସୁମୀ, ଲଘୁଚାପ ପ୍ରଭାବରେ ପୁଣି ହେବ ସକ୍ରିୟ । ସ୍କାଏମେଟର ଆକଳନ ।
୧୬-ଆସନ୍ତା ୨-୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ : ଆଇଏମଡି ।
୧୭-ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ । ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ, ବେଡ ଠାରୁ ଆରମ୍ଭ କରି ଅକ୍ସିଜେନ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ।
୧୮-ଓଡ଼ିଶା ପୁଲିସରେ ‌ଯୋଡ଼ାହେଲା ନୂଆ ଫର୍ଦ୍ଦ, ଡ୍ରଗସ୍‌ କାରବାର ରୋକିବାକୁ ସୁଦୃଢ଼ ହେବ ଏସ୍‌ଟିଏଫ୍ ।
୧୯-ସୁପ୍ରିମ୍‌କୋର୍ଟରେ ଏନ୍‌ସିପିସିଆର୍‌ର ସତ୍ୟପାଠ ଦାଖଲ, ଓଡ଼ିଶାରେ ବର୍ଷକରେ ୧୦୭୩ ଶିଶୁ ହୋଇଛନ୍ତି ଅନାଥ ।
୨୦-କରୋନା ଟିକାର ସର୍ବାଧିକ ଦର ସ୍ଥିର କଲେ ସରକାର: କୋଭିଶିଲ୍ଡ ୭୮୦, କୋଭାକ୍ସିନ୍ ୧୪୧୦, ସ୍ପୁଟନିକ୍ ଭି ୧୧୪୫ ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.