ପୁଣି ଚିହ୍ନଟ ୨୨୩୯ କରୋନା ଆକ୍ରାନ୍ତ , ମୃତ୍ୟୁ ୯

0 512

ଭୁବନେଶ୍ୱର,୧୮/୮(ଏସଏସନିୟୁଜ) ରାଜ୍ୟରେ୨୯ ଜିଲ୍ଲାରୁ ଆଉ ୨୨୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିଧ୍ୟରୁ ୧୪୧୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୮୨୩ ସ୍ଥାନୀୟ ମାମଲା ରହିଛି।ଏମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୧୯, ଗଞ୍ଜାମରୁ ୨୪୬, ନୟାଗଡ଼ରୁ ୧୪୭, ବାଲେଶ୍ୱରରୁ ୧୩୦, ରାୟଗଡ଼ାରୁ ୧୨୦ ଓ କଟକରୁ ୧୧୭ ଜଣ ଅଛନ୍ତି। ଏହାବାଦ୍ କୋରାପୁଟରୁ ୯୧, କନ୍ଧମାଳରୁ ୯୦, ମୟୂରଭଞ୍ଜରୁ ୮୦, ଯାଜପୁରରୁ ୭୫, ଭଦ୍ରକରୁ ୭୩, କେନ୍ଦୁଝରରୁ ୭୨, ବଲାଙ୍ଗୀରରୁ ୬୬, ସୁନ୍ଦରଗଡ଼ରୁ ୬୪, ମାଲକାନଗିରିରୁ ୫୫, ସମ୍ବଲପୁର ଓ ବୌଦ୍ଧରୁ ୫୩ ଲେଖାଏଁ, ବରଗଡ଼ରୁ ୫୧, ଗଜପତିରୁ ୪୨, ପୁରୀରୁ ୪୦, ଢେଙ୍କାନାଳରୁ ୩୬, ଜଗତସିଂହପୁରରୁ ୨୬, ସୋନପୁରରୁ ୨୪, କଳାହାଣ୍ଡିରୁ ୨୧, ନବରଙ୍ଗପୁରରୁ ୧୪, ଝାରସୁଗୁଡ଼ାରୁ ୧୩, ନୂଆପଡ଼ାରୁ ୮, କେନ୍ଦ୍ରାପଡ଼ାରୁ ୭ ଓ ଅନୁଗୁଳରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪,୫୩୩ ରେ ପହଞ୍ଚିଛି । ସେହିଭଳି ଭାବେ ରାଜ୍ୟରେ ଗଞ୍ଜାମରୁ ୩, ରାୟଗଡ଼ାରୁ ୨, ସମ୍ବଲପୁର, ମାଲକାନଗିରି, ବାଲେଶ୍ୱର ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତକୁ ମିଶାଇ ୯ କରୋନା ରୋଗୀଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.