ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା

ନୂଆ ରୂପରେ ଭାରତକୁ ଫେରୁଛି ପବଜି

0 424

ଖବର ଆଜିର,ତାରିଖ ୧୩-୧୧-୨୦ ଶୁକ୍ରବାର
୧-ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା ଘଟଣା ; ମୁହଁ ଖୋଲୁନି ପୁଲିସ, ତଦନ୍ତ ଜାରି ଓ ୨ ଅଟକ ।
୨-ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ଗ୍ରୀଡକୋ ଋଣ ପାଇଁ ଗ୍ୟାରେଣ୍ଟର ରହିବେ ରାଜ୍ୟ ସରକାର ।
୩-ବରଗଡ଼ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଦାବି ନେଇ ଆଗାମୀ ୧୭ ତାରିଖରେ ଆମରଣ ଅନଶନକୁ ଓହ୍ଲାଇବ ବୋଲି କୋଶଲ ସେନା ପକ୍ଷରୁ କୁହାଯାଇଛି।
୪-ଚଳିତବର୍ଷ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ।
୫-ଅତିରିକ୍ତ ବଜେଟକୁ ମିଳିଲା ଅନୁମୋଦନ । ଆସନ୍ତା ୨୦ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ ।
୬-ଦିଲ୍ଲୀ ହାଲ୍ ବେହାଲ୍‌: ସ୍ବଚ୍ଛ ବାୟୁ ପାଇଁ ମେସିନ୍ ଭରସା, ପୂର୍ବ ଦିଲ୍ଲୀରେ ଲାଗିଲା ଆଉ ଏକ ବିଶାଳ ବାୟୁ ବିଶୋଧକ ଯନ୍ତ୍ର ।
୭-ଆଶା ବଢାଇଲା ‘ଆସ୍ଥା-୧୫’ ! ବିଶ୍ୱର ପ୍ରଥମ ଆୟୁର୍ବେଦିକ କରୋନା ଔଷଧକୁ ମିଳିଲା ଆୟୁଷ ମନ୍ତ୍ରାଳୟଙ୍କ ମଞ୍ଜୁରି ।
୮-ନୂଆ ରୂପରେ ଭାରତକୁ ଫେରୁଛି ପବଜି । ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ଭାରତ ପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ଭାବେ ଆସିବ ପବଜି ।
୯-ଆମେ ନିର୍ବାଚନ ଫଳାଫଳ ବିଶ୍ଳେଷଣ କରୁଛୁ, ମୁଖ୍ୟମନ୍ତ୍ରୀତ୍ବ କଥା ‘ଏନ୍‌ଡିଏ’ ସ୍ଥିର କରିବ: ନୀତୀଶ କୁମାର ।
୧୦-ପୁରୀ ଐତିହ୍ୟ କରିଡର ପାଇଁ କ୍ୟାବିନେଟ୍ ନିଷ୍ପତ୍ତି : ବିନାମୂଲ୍ୟରେ ଅଧିଗୃହୀତ ଜମି ଶ୍ରୀମନ୍ଦିରକୁ ହସ୍ତାନ୍ତର କରାଯିବ ।
୧୧-ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ପୀତି ୭.୬୧% ଛୁଇଁଲା, ଗତ ୬ ବର୍ଷରେ ସର୍ବୋଚ୍ଚ ସ୍ତର ।
୧୨-ଅର୍ଥନୀତିକୁ ନେଇ କଂଗ୍ରେସ ଟାର୍ଗେଟ୍‌ରେ ବିଜେପି, ଚିଦାମ୍ବରମ କହିଲେ ବାସ୍ତବତା ଲୁଚାଇବାକୁ ସରକାରଙ୍କ ସାଥ ଦେଉଛନ୍ତି ସୀତାରମଣ ।
୧୩-ଉପନିର୍ବାଚନରେ ବିଜୟ ପାଇଁ ଭର୍ଚ୍ୟୁଆଲ ସଭାରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱରବାସୀଙ୍କୁ ଧନ୍ୟବାଦ ଜଣାଇଲେ ।
୧୪-କ୍ରୁନାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକାଇଲା ପୋଲିସ, ଦୁବାଇରୁ ବେନିୟମ ଭାବେ ସୁନା ଆଣିଥିବା ସନ୍ଦେହ ।
୧୫-ସାଇଲେଣ୍ଟ ଭୋଟର୍ ହେଲେ ସାଇଲେଣ୍ଟ ଚେଞ୍ଜର। ବିହାରରେ ଅଧିକାଂଶ ଏକ୍‌ଜିଟ୍ ପୋଲ୍ ତେଜସ୍ୱୀ ଯାଦବଙ୍କ ସପକ୍ଷରେ ମତ ଦେଇଥିବା ବେଳେ ମୋଦିଙ୍କ ଭାଷାରେ ସାଇଲେଣ୍ଟ ଭୋଟର୍ ବା ମହିଳା ଭୋଟର୍ ହିଁ ଗେମ୍ ଚେଞ୍ଜର୍ ହୋଇଛନ୍ତି।
୧୬-ବଲିଉଡକୁ ଆଉ ଏକ ଝଟକା, ଅଭିନେତା ଆସିଫ୍ ବସ୍ରା କଲେ ଆତ୍ମହତ୍ୟା ।
୧୭-ଆତ୍ମନିର୍ଭର ଭାରତ ୩.୦; ୧୨ ଯୋଜନା ପାଇଁ ୨.୬୫ ଲକ୍ଷ କୋଟିର ପ୍ୟାକେଜ ।
୧୮-ଅନୁଭବ-ବର୍ଷା ବିବାଦ : ଜବାବ ରଖିବାକୁ ଅନୁଭବ ଲୋଡ଼ିଲେ ସମୟ, ଡିସେମ୍ବର ୧୮ରେ ପରବର୍ତ୍ତୀ ଶୁଣାଣି ।
୧୯-ଭାରତରେ ୨୦୨୧ ଟି-୨୦ ବିଶ୍ୱକପ । ବିସିସିଆଇ କହିଲା, ଆଇପିଏଲ ଭଳି ଟି-୨୦ ବିଶ୍ୱକପକୁ ମଧ୍ୟ ସଫଳତାର ସହ ଆୟୋଜନ କରିବୁ ।
୨୦-କେବିସି-୧୨: ଆଇପିଏସ୍‍ ଅଧିକାରୀ ମୋହିତା ଶର୍ମା ଚଳିତ ସିଜନ୍‍ର ୨ୟ କୋଟିପତି ।

Leave A Reply

Your email address will not be published.