ଭୁବନେଶ୍ବର,୨୧।୩(ଏସଏସନିଉଜ)ଭୁବନେଶ୍ବରରୁ ମାଲକାନଗିରି ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଯାଲିଯାଇଛି।ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ୍ ନିକଟରେ ନିଆଁ ଲାଗିଥିବାର ସୂଚନା ମିଳିଛି।ଏହି ଘରୋଇ ବସରେ ନିଆଁ ଲାଗିଯାଇଥିଲା।ତେବେ ବସରେ ଥିବା ୩୭ ଜଣ ଯାତ୍ରୀ ସୁରକ୍ଷିତ ଥିବାର ଜଣାପଡିଛି।ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ବସ୍ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବାର ଦେଖିବାକୁ ମିଳିଛି।
