ପୁଣି ମଲା ଆନ୍ନାକୋଣ୍ଡା

0 578

ଭୁବନେଶ୍ୱର,୩୦/୧୧-  କେମିତି ମଲା ହଳଦିଆ ଆନ୍ନାକୋଣ୍ଡା ଓ ଏହା ପାଇ ଉତରଦାୟୀ କିଏ ହେବ ।ତିନିଦିନ ମଧ୍ୟରେ ଦୁଇଟି ଆନ୍ନାକୋଣ୍ଡା ମୃତ୍ୟୁ ନନ୍ଦନକାନନ ପାଇ ଚିନ୍ତାର କାରଣ ସାଜିଛି । ଜୀବଉଦ୍ୟାନ ନନ୍ଦନକାନନରେ ଶନିବାର ସକାଳେ ଏକ ଆନ୍ନାକୋଣ୍ଡା ମୃତ୍ୟୁବରଣ କରିଥିବାର କର୍ମଚାରୀମାନେ ଏନକ୍ଳୋଜର ସଫା କରିବାବେଳେ ଜାଣିବାକୁ ପାଇଛନ୍ତି । ସରିସୃପଉଦ୍ୟାନର ୪୫କେ ଏନକ୍ଳୋଜରେ ରହୁଥିବା ଆନ୍ନାକୋଣ୍ଡା ପର୍ଯ୍ୟଟକମାନଙ୍କର ମୁଖ୍ୟ ଆକର୍ଷଣ ସାଜିଥିଲା । ଗତ ୨୮ତାରିଖରେ ଗୋଟିଏ ମୃତ୍ୟୁବରଣ କରିଥିବାବେଳେ ଶନିବାର ଦିନ ଆଉ ଗୋଟିଏ ଆନ୍ନାକୋଣ୍ଡାର ମୃତ୍ୟୁ କରିଛି । ଗତକିଛିଦିନ ହେବ ସେମାନେ ରକ୍ତଝାଡାରେ ଆକ୍ରାନ୍ତ ଥାଇ ଚିକିସ୍ଚିତ ହେଉଥିଲେ । ଯାହାଫଳରେ ନନ୍ଦନକାନରେ ଏମାନଙ୍କ ସଂଖ୍ୟାହ୍ରାସ ପାଇ ୬ରେ ପହଁଚିଛି । ଗତ ଅକ୍ଟୋବର ୨୨ତାରିଖରେ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ୍ ଟ୍ରଷ୍ଟ୍ ଉପହାରରେ ନନ୍ଦନକାନନକୁ ୮ଟି ହଳଦିଆ ଆନ୍ନାକୋଣ୍ଡା ଦେଇଥିଲା ।

Leave A Reply

Your email address will not be published.