ପୁଣି ନନ୍ଦନକାନନକୁ ଆସିବ ୫ନୂଆଜନ୍ତୁ

ବାରଙ୍ଗ,୨୭ା୮(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନୂଆ ଜୀବଜନ୍ତୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।ମିଜୋରାମର ଆଇଜଲ୍ ଚିଡିଆଖାନାରୁ ହଳେ ହୁଲକ୍ ଗିବନ୍,ହଳେ ଘୁଷୁରି ଲାଞ ମାକେକ୍ ଓ ଗୋଟିଏ ମାଈ ହିମାଳୟ କଳାଭାଲୁ ନନ୍ଦନକାନନ ଆସିବ।ଏହା ପ୍ରତିବଦଳରେ ନନ୍ଦନକାନନ କର୍ତ୍ତୁପକ୍ଷ ଗତ ମାର୍ଚ୍ଚମାସ ୨୭ତାରିଖରେ ପ୍ରାଣୀଉଦ୍ୟାନରୁ ଗୋଟିଏ ୫ବର୍ଷର ଅଣ୍ଡିରା ସାଧାରଣ ବାଘ କୁନ୍ଦନ ଓ ଅନ୍ୟଟି ୫ବର୍ଷର ମାଈ ସାଧାରଣ ବାଘୁଣୀ ଆଦ୍ୟାଶାକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଆଇଜଲ୍ ଚିଡିଆଖାନାକୁ ପଠାଇସାରିଛନ୍ତି ବୋଲି ନନ୍ଦନକାନନ ଊପନିର୍ଦେଶକ ସନଥ୍ କୁମାର ନାରାୟଣ କହିଛନ୍ତି।ନୂତନ ଅତିଥି ଜୀବଜନ୍ତୁ ଆଣିବାକୁ ନନ୍ଦନକାନନ କର୍ତ୍ତୁପକ୍ଷ ପ୍ରସ୍ତୁତି ପର୍ବ ଶେଷପର୍ଯ୍ୟାୟରେ ପହଞ୍ଚିଛି।ଏଥିନିମନ୍ତେ ରାଜ୍ୟଉଭିଦ ଉଦ୍ୟାନ ସହକାରୀ ବନସଂରକ୍ଷକଙ୍କ ନେତୃତ୍ବରେ ୬ଜଣିଆ ଟିମ ଆସନ୍ତୁା ସୋମବାର ଦିନ ମିଜୋରାମ ଯାତ୍ରା କରିବ।୩ଟି ହୁଲକ୍ ଗିବନ୍ ଓ ୩ଟି ହିମାଳୟ କଳାଭାଲୁ ନନ୍ଦନକାନନରେ ଥିବାବେଳେ ଘୁଷୁରି ଲାଞ ମାକେକ୍ ନନ୍ଦନକାନନରେ ନୁଆପ୍ରଜାତିର ହେବାକୁ ଯାଉଛି।ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା କରାଯାଇଛି ।

- Advertisement -

Leave A Reply

Your email address will not be published.