ପୁରୀ ସହରରେ ବ୍ୟାନ ହେଲା ଡିଜେ

ଖବର ଆଜିର,ତାରିଖ ୧୯-୦୨-୨୦୨୧ ଶୁକ୍ରବାର

0 328

୧-କିଛି ଦିନର ବ୍ୟବଧାନ ପରେ ପୁଣି ଭାରତକୁ ଫେରିଛି ଲକଡାଉନ। ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡାଉନ୍‌, ଅମରାବତୀ ସିଲ୍‌, ୟବତମାଲ୍‌ରେ ୫ ଜଣଙ୍କୁ ଏକାଠି ହେବା ମନା ।
୨-ସତର୍କ ନ ହେ‌ଲେ, ଫେରିପାରେ କରୋନା: ଡା. ଅଶୋକ ମହାପାତ୍ର ।
୩-ଆଇପିଏଲ୍ ନିଲାମ ୨୦୨୧: ମୋରିସ୍ ଆଇପିଏଲରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଖେଳାଳି – ରୟାଲ୍ସ ୧୬.୨୫ କୋଟିରେ କିଣିଲା ।
୪-ବିଗ ବି ଓ ଅକ୍ଷୟ କୁମାରଙ୍କ ଫିଲ୍ମ ଶୁଟିଂକୁ ବିରୋଧ କରିବ କଂଗ୍ରେସ ।
୫-୨୨ରେ ପୁଡୁଚେରୀ ସରକାରଙ୍କ ଶକ୍ତି ପରୀକ୍ଷା
୬-ଭାରତ ଚୀନ୍ ବିବାଦକୁ ନେଇ ଆସିଲା ବଡ ଖବର । ଗତବର୍ଷ ଅଗଷ୍ଟରେ ଦୁଇ ଦେଶ ମଧ୍ୟରେ ଆସିଥିଲା ଯୁଦ୍ଧ ପରିସ୍ଥିତି । ସୂଚନା ଦେଲେ ନର୍ଦନ କମାଣ୍ଡ ମୁଖ୍ୟ ।
୭-ଦେଶର ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା ସ୍ମାର୍ଟ ସିଟି ।
୮-ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ସୀମା ସୁରକ୍ଷା ପାଇଁ ସଚେତନ ନୁହଁନ୍ତି ସରକାର ।
୯-ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ : ବହୁ ସୀମାନ୍ତ ଗ୍ରାମବାସୀ ଦେଇଛନ୍ତି ଭୋଟ ।
୧୦-ସୁପ୍ରିମ କୋର୍ଟରେ କୋଟିଆ ମାମଲାର ଶୁଣାଣି ଆଜି ।
୧୧-ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ବଡ ବୟାନ । କହିଲେ, ପିସିସି ସଭାପତି ବଦଳିବାର ପ୍ରଶ୍ନ ଉଠୁନି ।
୧୨-ପୁରୀ ସହରରେ ବ୍ୟାନ ହେଲା ଡିଜେ । ସହରକୁ ଶବ୍ଦ ପ୍ରଦୂଷଣ ମୁକ୍ତ କରିବା ପାଇଁ ନିଆଗଲା ବଡ ନିଷ୍ପତ୍ତି ।
୧୩-କୋଭିଡ ଟିକାଦାନ କାର୍ଯ୍ୟକ୍ରମ : ଟିକାଦାନ ସଂଖ୍ୟା ୯୮.୫ ଲକ୍ଷର ନିକଟତର ।
୧୪-ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ ୧୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦଙ୍କୁ ସଫଳତା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।
୧୫-ମିଳିତ ଜାତିସଂଘ ଶାନ୍ତି ରକ୍ଷା ବାହିନୀ ପାଇଁ ୨ଲକ୍ଷ ଡୋଜ୍‍ କୋଭିଡ ଟିକା ପଠାଇବ ଭାରତ : ଜୟଶଙ୍କର ।
୧୬-ଆସନ୍ତାମାସରେ ଅନୁଷ୍ଠିତ ହେବ ଚତୁର୍ଥ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ।
୧୭-ଏଣିକି ଶ୍ରୀଗୁଣ୍ଡିଚା ମନ୍ଦିରରେ ନିଶୁଳ୍କ ଦର୍ଶନ କରିବେ ଭକ୍ତ । ଆଉ ଦେବାକୁ ପଡ଼ିବନି ପ୍ରବେଶ ଶୁଳ୍କ
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.