ପୁରସ୍କୃତ ହେଲା ଆଦାନୀ ଫାଉଣ୍ଡେସନ

ଧାମରା,୩୧/୧୦(ଏସଏସନିୟୁଜ)କରୋନା ମହାମାରୀ ସମୟରେ କର୍ପୋରେଟ ସାମାଜିକ ଦାୟିତ୍ଵବୋଧ କ୍ଷେତ୍ରରେଉଲ୍ଲେଖନୀୟ ଅବଦାନ ଓ ଉତ୍ସର୍ଗୀକୃତ ସେବା ପାଇଁ ଆଦାନୀ ଫାଉଣ୍ଡେସନକୁ ପୁରସ୍କୃତ କରାଯାଇଛି। ଓଡ଼ିଶା ସିଏଆର ଫୋରମ୍ ପକ୍ଷରୁ ଆୟୋଜିତ ଓଡିଶା ସିଏଆର ମିଟ୍ ୨୦ ୨୧ ରେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଦାନୀ ଫାଉଣ୍ଡେସନକୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଆଦାନୀ ଧାମରା ପୋର୍ଟର କର୍ପୋରେଟ ବ୍ୟାପାର ବିଭାଗର ଶୁଭାଶିଷ ମିଶ୍ର ଓ ଆଦାନୀ ଫାଉଣ୍ଡେସନର ସିଏଆର ମୁଖ୍ୟ ସତ୍ୟରଂଜନ ମିଶ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି। କରୋନା କାଳରେ ଆଦାନୀ ଫାଉଣ୍ଡେସନ ଅକ୍ସିଜେନ ଯୋଗାଣ ମାଧ୍ୟମରେ ମେଡିକାଲଗୁଡିକୁ ସହାୟତା ପ୍ରଦାନ କରିବା ସହ ପୋର୍ଟ ପାରିପାର୍ଶ୍ୱରେ ଥିବା ଗ୍ରାମରେ ସଚେତନତା ସୃଷ୍ଟି, ମାସ୍କ ଓ ସାନିଟାଇର ବଣ୍ଟନ କରିବା, ନିୟମିତ ବ୍ୟବଧାନରେ ଗ୍ରାମଗୁଡିକୁ ସାନିଟାଇଜ କରିବା କାର୍ଯ୍ୟ ଜାରି ରଖିଥିଲେ।

- Advertisement -

Leave A Reply

Your email address will not be published.