ରଘୂନାଥପୁରରେ ଏଥର ଜମିବ ରଜ

0 166

ବାରଙ୍ଗ,୧୧ା୬(ଏସଏସନିଉଜ)ପାଖେଇ ଆସିଲାଣି ରଜ । ଆଉ ଦୁଇ ଦିନ ପରେ ପହିଲି ରଜ । ଯାହାକୁ ନେଇ ଏବେ ଚଳ ଚଞ୍ଚଳ ଗାଁ ଠୁ ସହର । ଗାଁ ରେ କୁଆଁରୀ ଝିଅମାନେ ନୂଆ ପୋଷାକ ସାଙ୍ଗକୁ ସୁସ୍ୱାଦୁ ପିଠା ପଣା କରିବାକୁ ଲାଗିପଡିଲେଣି । ପୋଡପିଠା , ଆରିସା , ମଣ୍ଡା,ଚକୁଳି, ଛେନାପିଠା ଆଦି ବିଭିନ୍ନ ସୁସ୍ୱାଦୁ ପିଠା ର ବାସ୍ନା ରେ ମହକି ଉଠେ ଗାଁ । ତାସାଙ୍ଗକୁ ଝିଅ ମାନେ ହାତରେ ମେହେନ୍ଦି ଓ ରଜ ତିନିଦିନ ନୂଆ ନୂଆ ପୋଷାକ ପିନ୍ଧି ଦୋଳି , ପୁଞ୍ଚି ଖେଳ,ଆଦି ଖେଳି ମଜା ଉଠାଇଥାନ୍ତି ।ତେବେ ଏବେ ମର୍ଡନ ଯୁଗରେ ରଜରେ କୁଆଁରୀ ଝିଅ ମାନେ ବିଭିନ୍ନ ପାର୍କ ରେ ବୁଲାବୁଲି କରିବା ପାଇଁ ମଧ୍ୟ ବାହାରିଯାଆନ୍ତି । କିନ୍ତୁ ଭୁବନେଶ୍ଵର ଉପକଣ୍ଠ ରଘୁନାଥପୁର ଗ୍ରାମରେ ରଜର ନିଆରା ଅନୁଭୂତି ଆଖପାଖ ଅଞ୍ଚଳ ବାସୀଙ୍କୁ ବେଶ୍ ଆକର୍ଷଣ କରିଥାଏ । ଓଡ଼ିଆ ର ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିଛନ୍ତି ରଘୁନାଥପୁର ରଜମହୋତ୍ସବ କମିଟି ବୃନ୍ଦ । ଛୋଟ ପିଲାଙ୍କ ପାଇଁ ଦୋଳି କରାଯିବା ସହିତ କୁଆଁରୀ ଝିଅଙ୍କ ପାଇଁ ବାଉଁଶ ପେଙ୍ଗା , ଚକ ଦୋଳି ଏବଂ ଶଗଡ଼ ଦୋଳି ଆଦି ପାଖାପାଖି ଶହେ ରୁ ଉର୍ଦ୍ଧ ଦୋଳି ମହୋତ୍ସବ କମିଟି ତରଫରୁ ଗାଁ ରେ ପ୍ରସ୍ତୁତି କରାଯାଉଛି ।ଏହାସହିତ ପୁଞ୍ଚୀ ଖେଳ , ଝୋଟି , ହୁଳ ହୁଳି , ଦୌଡ଼ି ଡିଆଁ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ଏଥର ୧୪ରୁ୧୭ ତାରିଖ ୪ଦିନ ଧରି ଅନୁଷ୍ଠିତ ହେବ । ତାସାଙ୍ଗକୁ ଘରକରଣା ସାମଗ୍ରୀ କିଣାକିଣି କରିବା ପାଇଁ ମିନାବଜାର , ରସଗୋଲା , ବିଭିନ୍ନ ସୁସ୍ୱାଦୁ ପିଠାର ଷ୍ଟଲ୍ ଏଠାରେ ପଡ଼ିବ। ସନ୍ଧ୍ୟା ହେଲେ ସାଙ୍କୃତିକ କାର‌୍ୟ୍ୟକ୍ରମ କରାଯିବ । ସ୍ଥାନୀୟ ମୂରବୀ , ବରିଷ୍ଠ ନାଗରିକ , ସମାଜସେବୀ , ମହିଳା ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ରଘୁନାଥପୁର ରଜମହୋତ୍ସବ କମିଟିର ସମ୍ପାଦକ ଶ୍ରୀନିବାସ ପଢ଼ିହାରୀ ,ସହ-ସମ୍ପାଦକ ଶଶିକାନ୍ତନାୟକ ସୂଚନା ଦେଇଛନ୍ତି ।(ଗୌତମରାଉତଙ୍କ ରିପୋର୍ଟ)

 

 

Leave A Reply

Your email address will not be published.