କରୋନା ଅପଡେଟ୍:ରାଜଧାନୀରେ ହେବ ସ୍ବତନ୍ତ୍ର କ୍ୟାମ୍ପ,ବୁଲିବ ମୋବାଇଲ ଭ୍ୟାନ୍

0 445

ଭୁବନେଶ୍ୱର :୧୭/୪(ଏସଏସଏନ୍)ରାଜଧାନୀ ଭୁବନେଶ୍ୱରରେ ଅଧିକ କରୋନା ପଜିଟିଭ ଦେଖା ଦେବା ପରେ ନୁଅା ରଣନୀତି ଆପଣେଇଛନ୍ତି ରାଜ୍ୟ ସରକାର।  ଭୁବନେଶ୍ୱର କରୋନା ହଟସ୍ପଟ ଭାବେ ସ୍ଥାନିତ ହୋଇଛି । ତେଣୁ କରୋନା ନମୂନା ପରୀକ୍ଷା ପାଇଁ ରାଜଧାନୀରେ ଆଗାମୀ 7 ଦିନ ମଧ୍ୟରେ  5 ହଜାର ଟେଷ୍ଟ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ରାଜଧାନୀରେ ସ୍ୱତନ୍ତ୍ର କ୍ୟାମ୍ପ କରାଯିବା ସହ ମୋବାଇଲ ଭ୍ୟାନ୍ ବୁଲିବ l 4 ଟି କାଟାଗୋରିରେ ଲୋକଙ୍କୁ ଚୟନ କରାଯାଇ  ସାମ୍ପଲ ଟେଷ୍ଟ କରାଯିବ l ପୋଲିସ, ସ୍ୱାସ୍ଥ୍ୟକର୍ମୀ, ପରିମଳରେ ନିୟୋଜିତ ହୋଇଥିବା କର୍ମୀ, ବୟସ୍କ ବ୍ୟକ୍ତି, ଯେଉମାନଙ୍କର ଟ୍ରାଭେଲ ହିଷ୍ଟ୍ରୀ ରହିଥିବ ସେମାନଙ୍କର ମଧ୍ୟ୍ୟ  ଟେଷ୍ଟ  କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠି l

Leave A Reply

Your email address will not be published.