ରାଜଧାନୀରେ ଚର୍ଚ୍ଚା…

0 384

ଭୁବନେଶ୍ବର’୧୯/୫(ଏସ ଏସ ନିଉଜ) ଇନଫୋସିସ୍ ଥାନା ଅଧୀନ ଶିଖରଚଣ୍ଡୀ ପାହାଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରିଛି ପୋଲିସ ।ବିଳମ୍ବିତ ରାତ୍ରିରେ ଯୁବକଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀମାନେ ଶବକୁ ଜାଳି ଦେବାକୁ ପ୍ରୟାସ କରିଥିବାର ଅନୁମାନ କରିଛି ପୋଲିସ ।ମୃତ ଯୁବକ ହେଉଛନ୍ତି ନନ୍ଦନକାନନ ଥାନା ଅଧିନସ୍ତ ବାଲିପଡ଼ା ଗ୍ରାମର ଲଲାଟେନ୍ଦୁ ପ୍ରଧାନଙ୍କ ୨୨ ବର୍ଷ ପୁଅ ଅବିନାଶ ପ୍ରଧାନ ।ଅବିନାଶକୁ କାହିଁକି ହତ୍ୟା କରି ପୋଡିବା ଭଳି ଜଘନ୍ୟ କାମ କରାଗଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରି ୪ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି । ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଥିବାବେଳେ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.