ରାଜ୍ୟ ସରକାର ଆରମ୍ଭ କଲେ ସାରଥୀ

0 338

ଖବର ଆଜି ସକାଳର,ତାରିଖ ୨୩-୧୧-୨୦ ସୋମବାର ।
୧-ରାଜ୍ୟରେ ପଞ୍ଜିକୃତ ବେକାରୀଙ୍କ ସଂଖ୍ୟା ଟପିଲା ୮ ଲକ୍ଷ ୯୬ ହଜାର । ନିଯୁକ୍ତି ମେଳାରେ ଦିଆଯାଇଛି ମାତ୍ର ୧ ଲକ୍ଷ ୩୧ ହଜାର ନିଯୁକ୍ତି ।
୨-ଲର୍ଣ୍ଣର ଲାଇସେନ୍ସ ପାଇବାର ପ୍ରଣାଳୀକୁ ସହଜ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ସାରଥୀ’ ପୋର୍ଟାଲ୍‌ରେ ନୂତନ କାଗଜାତ ଦାଖଲ ସୁବିଧା ଆରମ୍ଭ କରିଛନ୍ତି।
୩-ବରଗଡ଼: ଅନ୍ୟ ଜିଲ୍ଲାରୁ ଆସିଥିବା ଧାନ ଟ୍ରାକ୍ଟର ଏବଂ ଟ୍ରକକୁ ଜବତ କଲା ବ୍ଲକ ସ୍ତରୀୟ ଏନ୍‌ଫୋର୍ସମେଣ୍ଟ ଟିମ୍ ।
୪-ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶୃତି   : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୫–କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୧ ବାତିଲ, କରୋନା ପରିସ୍ଥିତି ସୁଧୁରିଲେ ନିଆଯିବ ନିଷ୍ପତ୍ତି ।
୬-IMA ପୋଞ୍ଜି ସ୍କାମ୍ ମାମଲା, କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ରୋଶନ ବେଗ୍‌ଙ୍କୁ ଗିରଫ କଲା ସିବିଆଇ ।
୭-ଜି-୨୦ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ- ଆମର ଧ୍ୟାନ ମହାମାରୀରୁ ନାଗରିକ ଓ ଅର୍ଥବ୍ୟବସ୍ଥାକୁ ବଞ୍ଚାଇବା ଉପରେ ରହିଛି ।
୮-ଅଣ୍ଡା ବଦଳରେ ମଧ୍ୟାହ୍ନ ଭୋଜନରେ କ୍ଷୀର: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା ।
୯-ଆସିଲେ ବିଦେଶୀ ଅତିଥି: ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୀରାକୁଦ ଜଳଭଣ୍ଡାର ।
୧୦-ଏଣିକି ଅସ୍ତ୍ରୋପଚାର କରିବେ ଆୟୁର୍ବେଦିକ ଡାକ୍ତର । ଅସ୍ତ୍ରୋପଚାର ପାଇଁ ସ୍ନାତକୋତର ଆୟୁର୍ବେଦିକ ଛାତ୍ରଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ୍ । କାନ, ନାକ, ଆଖି, ଦାନ୍ତ, ଆଦି ଅସ୍ତ୍ରୋପଚାର କରିବା ପାଇଁ ଆଇନସମ୍ମତ ଅନୁମତି
୧୧-ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା: ୬ ଜିଲ୍ଲାରେ ଘନ କୁହୁଡ଼ି, ୟେଲୋ ୱାର୍ଣ୍ଣିଂ ଜାରି ।
୧୨-ବଦଳିଲା ସ୍କୁଲ ମିଶ୍ରଣ ନିଷ୍ପତ୍ତି : ୨୦ ନୁହେଁ ୧୫ରୁ କମ୍ ପିଲା ଥିବା ସ୍କୁଲର ହେବ ମିଶ୍ରଣ ।
୧୩-ତାମିଲନାଡୁରେ ଅମିତ ଶାହା, ଅଭିନେତା ରଜନୀକାନ୍ତଙ୍କୁ ରାଜନୀତିକୁ ଆଣିବା ନେଇ ଚାଲିଛି ଚର୍ଚ୍ଚା ।
୧୪-ମହାରାଷ୍ଟ୍ର ଜନତାଙ୍କୁ ଚେତାଇଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, କହିଲେ- ସୁନାମୀ ପରି ହେବ କରୋନାର ଦ୍ଵିତୀୟ ଲହରି ।
୧୫-ଭୁବନେଶ୍ବରରେ ଲଞ୍ଚ କଲା ‘ରାଇଡ୍‌ଜୁ କ୍ୟାବ୍ ଆପ୍’: ଅନଲାଇନ୍‌ରେ ସହଜରେ ବୁକ୍ କରିପାରିବେ ଅଟୋ-ଟ୍ୟାକ୍ସି, ପ୍ଲେ ଷ୍ଟୋରରୁ ହୋଇପାରିବ ଡାଉନଲୋଡ୍ ।
୧୬-ଝାଡଖଣ୍ଡର ରାମଗଡ ଜିଲ୍ଲାରେ ଜଣେ ୩୫ ବର୍ଷିୟ ବେକାର ଯୁବକ ଚାକିରୀ ପାଇବା ପାଇଁ ପିତାଙ୍କୁ ହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
୧୭-ରାଜ୍ୟରେ ୨୫୪୦ କିନ୍ନର ଅଛନ୍ତି, ମୟୂରଭଞ୍ଜରେ ସର୍ବାଧିକ, ନୂଆପଡ଼ାରେ ସର୍ବନିମ୍ନ ।

Leave A Reply

Your email address will not be published.