ରାମ ମନ୍ଦିର ନିର୍ମାଣ ପାଇଁ ୨ରେ ଭୂମି ପୂଜନ

0 274

ସଂକ୍ଷେପରେ ଆଜି ସକାଲର ଖବର ତାରିଖ ୧୮/୦୬/୨୦, ଗୁରୁବାର, ଆଜି ପଠାଣି ସାମନ୍ତଙ୍କ ଶ୍ରାଦ୍ଧ ଦିବସ
୧-ସତର୍କ ରୁହ ୩ସେନା..ଗଲୱାନ ଘାଟିରେ ସଙ୍ଘର୍ଷ ପରେ ୩ ସେନାକୁ ହାଇ ଆଲର୍ଟ । ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ।
୨-କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ:ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ରହିବ।ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକଙ୍କୁ ପ୍ରଥମେ କୋଭିଡ୍ କେୟାର ହୋମ୍ରେ ରଖାଯିବ।
୩-ଭୁବନେଶ୍ୱର:ଡରାଉଛି ପଜିଟିଭ ସଂଖ୍ୟା,୧୦ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୧୦୦ ପାର। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮, ସୁସ୍ଥ ହେଲେଣି ୩୦୪୭।
୪-ରାଜ୍ୟରେ ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ, ଅସୁବିଧା ଭୋଗିଲେ ଅଧ୍ୟାପକ ଓ କର୍ମଚାରୀ।
୫-ମୋଦୀଙ୍କୁ ନବୀନଙ୍କ ପ୍ରସ୍ତାବ: ଯୁକ୍ତ ୨ ପରୀକ୍ଷା ପରେ ହେଉ ଜାତୀୟ ପ୍ରବେଶିକା, ରେଳ-ବିମାନ ଚଳାଚଳ ଉପରେ ଲାଗୁ ପ୍ରତିବନ୍ଧକ।
୬-ଏକ୍ରାମ ଖାଁ ଆକ୍ରମଣ ଲାଗି ୧୩ ବର୍ଷ, କଳାପାହାଡ଼ ଲାଗି ୯ ବର୍ଷ ବନ୍ଦ ହୋଇଛି ରଥଯାତ୍ରା।
୭-କରୋନା ସାମଗ୍ରୀ କିଣା ଦୁର୍ନୀତି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ।
୮-ଆଜିଠୁ ଆଦର୍ଶ ବିଦ୍ୟାଳୟରେ ନାମ ଲେଖା ଆରମ୍ଭ। ସବୁ ବିଦ୍ୟାର୍ଥୀଙ୍କ ବୃତ୍ତି ପାଇଁ ‘ଓଡିଶା ସ୍କଲାରସିପ ପୋର୍ଟାଲ
୯-କଳିଙ୍ଗ ଷ୍ଟାଡ଼ିଅମରେ ପ୍ରତିଷ୍ଠା ହେବ ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଅଫ ଏକ୍ସଲେନ୍ସ।
୧୦-ରାମ ମନ୍ଦିର ନିର୍ମାଣ ପାଇଁ ଜୁଲାଇ ୨ରେ ଭୂମି ପୂଜନ, ସାମିଲ୍ ହେବେ ପ୍ରଧାନମନ୍ତ୍ରୀ।
୧୧-ଭାରତ – ଚୀନ୍ ମୁହାଁମୁହିଁ, ଦେଶପାଇଁ ପ୍ରାଣବଳି ଦେଲେ ୨ ଓଡ଼ିଆ ଯବାନ। ସହିଦ୍ ପରିବାରକୁ ମିଳିବ ୨୫ ଲକ୍ଷ ଅନୁକମ୍ପା ରାଶି।

Leave A Reply

Your email address will not be published.