ରଙ୍ଗରୁଟ୍‌ରେ ଯାଇ ହାଇୱାକୁ ପିଟିଲା ବାଇକଚାଳକ

0 187

ବାରଙ୍ଗ,୮/୧୨(ଏସଏସନିଉଜ)ଗୁରୁବାର ଦିନ ୧୦ଟାବେଳେ ନନ୍ଦନକାନନ ଛକଉପରେ ମାଟିବୋଝେଇ ହାଇୱାସହ ଏକ ବାଇକର ଧକ୍କା ହୋଇଛି ।ଫଳରେ ବାଇକଚାଳକ ସ୍ୱପ୍ନେଶ୍ୱରପଢିହାରୀନାମକ ନନ୍ଦନକାନନ ଭେଟନାରୀର ଅସ୍ଥାୟୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । କର୍ମଚାରୀଜଣଙ୍କ ଖାମଖିଆଲ ଭାବେ ଗାଡିଚଳାଇ ନନ୍ଦନକାନନଛକରେ ବୁଲାଇ ପଦାସାହି ପଟକୁ ଆସୁଥିବା ଏକ ମାଟିବୋଝେଇ ହାଇୱାକୁ ଧକ୍କାଦେଇଥିଲା ।କର୍ମଚାରୀଜଣଙ୍କ ଓଡି ୩୩ଆର୍ ୧୭୧୩ ନମ୍ବର ବାଇକ ଯୋଗେ ଡ୍ୟୁଟିକୁ ନନ୍ଦନକାନନକୁ ଯାଉଥିବାବେଳେ ରଙ୍ଗରୁଟରେ ଦ୍ରୁତଗତିରେ ଯାଇ ହାଇୱାଦେହରେ ପଟିଦେଇଥିଲେ ।ଦୁର୍ଘଟଣାପରେ ହାଇୱା ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଖବରପାଇ ନନ୍ଦନକାନନଥାନାପୋଲିସ ପହଁଚି ଆହତ କର୍ମଚାରୀଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତିକରିବାସହ ଦୁର୍ଘଟଣଗ୍ରସ୍ଥ ବାଇକକୁ ଜବତକରିଛି ।

Leave A Reply

Your email address will not be published.