ରାପିଡଆକ୍ସନଫୋର୍ସ ପକ୍ଷରୁ ସଚେତନଶିବିର

0 96

ବାରଙ୍ଗ,୨୩ା୮(ଏସଏସନିଉଜ)ବୁଧବାର ଅପରାହ୍ନରେ ୧୦୬ ବାଟାଲିୟନର ରାପିଡ ଆକ୍ସନ ଫୋର୍ସ ଝାଡ଼ଖଣ୍ଡ ପକ୍ଷରୁ ବାରଙ୍ଗ ଝୁନଝୁନୱାଲା ବିଦ୍ୟାପୀଠରେ ଗୋଳାବାରୁଦ ଅସ୍ତ୍ରଶସ୍ତ୍ର ସମ୍ପର୍କିତ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଏହି ସଚେତନ ଶିବିରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏକାଠି କରି ବିଭିନ୍ନ ସଚେତନତା କରାଯାଇଥିଲା। ଏଥିସହ ବେଟି ବଚାଓ ବେଟି ପଢ଼ାଓ ଭଳି କାର୍ଯ୍ୟକ୍ରମଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଟାଲିୟନର ସିନିୟର୍ ଡେପୁଟି କମାଣ୍ଡାଣ୍ଟ ସଚ୍ଚିଦାନନ୍ଦ ମିଶ୍ର, ଡେପୁଟି କମାଣ୍ଡାଣ୍ଟ ଗୌତମ ମିତ୍ର ଏବଂ ଗୋଟିଏ ପ୍ଲାଟୁନ ଫୋର୍ସ ଏଥିରେ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ବାରଙ୍ଗ ଥାନାଧିକାରୀ ଆକାଶ ଚନ୍ଦ୍ର ରଣା, ଏସଆଇ ଜ୍ୟୋତ୍ସ୍ନା ପଟ୍ଟନାୟକ ଏବଂ ଝୁନଝୁନୱାଲା ବିଦ୍ୟାପୀଠର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.