ରାସ୍ତାରେ ବାଉଁଶ ବାନ୍ଧିଲେ   ଯଦୁପୁର ଗାଁର ଲୋକ

0 450

ଖବର ଆଜିର,ତାରିଖ ୦୯-୧୨-୨୦ ବୁଧବାର ।
୧-ବ୍ରିଟେନରେ ଆରମ୍ଭ ହେଲା କୋଭିଡ୍ ମୁକାବିଲାର ଟିକାକରଣ । ବ୍ରିଟେନର ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ୍ କେନାନଙ୍କୁ ଦିଆଯାଇଛି ଫାଇଜରର ପ୍ରଥମ ଟିକା । 
୨-ଚାଷୀ ଆନ୍ଦୋଳନରେ ଭାରତ ବନ୍ଦ, ଗଡିଲାନି ଅଖଚକ । ସମର୍ଥନ ଜଣାଇଲେ ୨୪ଟି ବିରୋଧୀ ଦଳ, ସାରା ଦେଶରେ ପଡିଲା ପ୍ରଭାବ ।
୩-ବିରାଟ କୋହଲିଙ୍କ ଅର୍ଦ୍ଧଶତକ ନିଷ୍ଫଳ, ଶେଷ ଟି-୨୦କୁ ୧୨ ରନରେ ଜିତି ସମ୍ମାନ ରଖିଲା ଅଷ୍ଟ୍ରେଲିଆ, ୨-୧ରେ ସିରିଜ୍ ଜିତିଲା ଭାରତ
୪-ଇଣ୍ଟରନେଟ୍ ବ୍ୟବହାରରେ ଭାରତରେ ଆସିବ ବଡ ବିପ୍ଳବ । ୨୦୨୧ରେ ଜିଓ ଆଣିବ ୫-ଜି ନେଟୱାର୍କ, ସୂଚନା ଦେଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି ।
୫-କିଛି ସପ୍ତାହରେ ଭାରତରେ ଦିଆଯିବ କୋରୋନା ଟିକା :କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
୬-ଖୁବ ଶୀଘ୍ର ଦେଶରେ ଆରମ୍ଭ ହେବ ଟିକାକରଣ: ୨୫୦ ଟଙ୍କାରେ କରୋନା ଟିକା ଦେବାକୁ ଘୋଷଣା କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ ।
୭-ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟର ନୂଆ ଉଚ୍ଚତା ଆସିଛି । ଏଭେରେଷ୍ଟର ନୂଆ ଉଚ୍ଚତା ୮୮୪୮.୮୬ ମିଟର ହୋଇଥିବା ଘୋଷଣା ହୋଇଛି । 
୮-ପାନୀୟ ଜଳରେ ଧାତବବସ୍ତୁ ଓ କ୍ଷୀର ଆନ୍ଧ୍ରପ୍ରଦେଶରେ ରହସ୍ୟମୟ ରୋଗ ପଛର କାରଣ: ଏମ୍ସ ରିପୋର୍ଟ ।
୯-ଭାରତୀୟ ବଂଶୋଦ୍ଭବ ଅନିଲ ସୋନି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଫାଉଣ୍ଡେସନର ପ୍ରଥମ ମୁଖ୍ୟ ବା ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। 
୧୦-ଭିକାରୀ ମୁକ୍ତ ହେବ ଏକ୍ରାମ କ୍ଷେତ୍ର । ବିଏମସି ଓ ବିଡିଏ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା
୧୧-ଚାଷୀଙ୍କ ବନ୍ଦ ପାଳନରେ ସାମିଲ ହେଲା ସାରା ଓଡ଼ିଶା । ‘ବନ୍ଦ’ର ପଡିଲା ଆଂଶିକ ପ୍ରଭାବ, ହେଲେ ଆନ୍ଦୋଳନକୁ ମିଳିଲା ପୂର୍ଣ୍ଣ ସମର୍ଥନ । ବନ୍ଦ ହେଲା ଗାଡିମୋଟର, ରାସ୍ତାରେ ଜଳିଲା ଟାୟାର ।
୧୨-କୃଷକ ଆନ୍ଦୋଳନ : ସରକାରଙ୍କ ଉପରେ ଚାପ ପକାଇବାକୁ ବିରୋଧିଙ୍କ ପୟାସ । ରାଷ୍ଟ୍ରପତିଙ୍କୁ ଭେଟିବେ ରାହୁଲ ଗାନ୍ଧୀ, ଶରଦ ପାୱାରଙ୍କ ସହ ୫ ନେତା ।
୧୩-ପରୀ ମୃତ୍ୟୁର ରହସ୍ୟ ଖୋଜୁଥିବା କ୍ରାଇମବ୍ରାଞ୍ଚ ଏସଆଇଟିକୁ ବିରୋଧ । ରାସ୍ତାରେ ବାଉଁଶ ବାନ୍ଧି ପଶିବାକୁ ଦେଲେନାହିଁ ଯଦୁପୁର ଗାଁର ଲୋକ ।
୧୪-ଆକାଶ ପାଠକଙ୍କୁ ପୁଣି ଥରେ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ: ନିଜକୁ ଏମଡି ପରିଚୟ ଦେଇ ବେକାର ଯୁବକ-ଯୁବତୀଙ୍କ ଠାରୁ ଲୁଟିଛନ୍ତି କୋଟି କୋଟି ଟଙ୍କା ।
୧୫-ପ୍ରଧାନମନ୍ତ୍ରୀ ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ: ଆତଙ୍କବାଦ ବିରୋଧି ଲଢ଼େଇରେ ସମର୍ଥନ।
୧୬-ଉଚ୍ଚତମସ୍ତରରେ ସେନସେକ୍ସ: ୪୫୬୦୯ ପଏଣ୍ଟରେ ବନ୍ଦ ।
୧୭-ଖୁବ୍‌ଶୀଘ୍ର ଖୋଲିପାରେ ଶ୍ରୀମନ୍ଦିର, ସେବାୟତ ଓ ଅନ୍ୟମାନଙ୍କ ସହ ପ୍ରଶାସନର ଆଲୋଚନା .।
୧୮-‘ଅଧିକ ଗଣତନ୍ତ୍ର’ ସଂସ୍କାରରେ ବାଧକ: ଅମିତାଭ କାନ୍ତ ।
୧୯-ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ପ୍ରସଙ୍ଗ : ଭିଜିଲାନ୍ସ କାଠଗଡ଼ାରେ ହେମନ୍ତ ଓ ଯାମିନୀ ।
୨୦-ଆଜି ବୁଧବାର ସକାଳେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଜରୁରୀ ବୈଠକ; କରୋନା-କୃଷକ ହେବ ମୁଖ୍ୟ ପ୍ରସଙ୍ଗ

Leave A Reply

Your email address will not be published.