ରାସ୍ତା ନିର୍ମାଣ ପାଇ ବିଏମସି କଲା ଜବରଦଖଲ ଉଚ୍ଛେଦ

0 301

ଭୁବନେଶ୍ୱର,୧୯/୨(ଏସଏସନିୟୁଜ) ଦୀର୍ଘ ଦିନ ଧରି ନେତାଜୀ ନଗର ଠାରେ ବସବାସ କରୁଥିବା ଜନତାଙ୍କ ଦାବି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ତରଫରୁ ରସୁଲଗଡ଼ ଶବର ସାହି ନିକଟସ୍ଥ ରାସ୍ତା ନିର୍ମାଣ କାର୍ଯ୍ୟ ରେ ଜବରଦଖଲ ଯୋଗୁଁ ବାଧା ସୃଷ୍ଟି ହୋଇଥିଲା । ରାସ୍ତା ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ପଥରେ ଥିବା ଜବରଦଖଲକୁ ଆଜି ବିଏମସି ତରଫରୁ ଉଚ୍ଛେଦ କରାଯାଇଛି ଏବଂ ପୁନଃ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ ନେତାଜୀ ନଗରଠାରେ ରହୁଥିବା ସାଧାରଣ ଜନତାଙ୍କ ଯାତାୟାତ ନିମନ୍ତେ ପ୍ରଶସ୍ତ ପକ୍କା ରାସ୍ତା ନଥିବା ଯୋଗୁଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ପରିପ୍ରେକ୍ଷୀରେ ନେତାଜୀ ନଗର ନାଗରିକ ସଙ୍ଘଠାରୁ ଏକ ଦାବିପତ୍ର ବିଏମସି କମିଶନର ଶ୍ରୀ ପ୍ରେମ ଚନ୍ଦ୍ର ଚୋୖଧୁରୀଙ୍କୁ ଦିଆଯାଇଥିଲା । ଏହା ପରେ ବିଏମସିର ଇଂଜିନିୟରିଂ ବିଭାଗ ଓ ଦକ୍ଷିଣ ପୂର୍ବ ଜୋନର ମିଳିତ ରିପୋର୍ଟ ପାଇବା ପରେ ବିଏମସି କମିଶନର ରାସ୍ତା ନିର୍ମାଣକାର୍ଯ୍ୟକୁ ଅନୁମୋଦନ କରିଥିଲେ । କାର୍ଯ୍ୟ ଆରମ୍ଭ ହେବା ପରେ ସ୍ଥାନୀୟ କିଛି ବ୍ୟକ୍ତିବିଶେଷ ରାସ୍ତା କାର୍ଯ୍ୟକୁ ବିରୋଧ କରିଥିଲେ ଏବଂ ରାସ୍ତାର ଉଚିତ ସୀମା ନିର୍ଧାରଣ ପାଇଁ ଦାବି କରିଥିଲେ । ଏହି ପ୍ରସଙ୍ଗ ବିଷୟରେ କମିଶନରଙ୍କୁ ଅବଗତି ପରେ ଆଜି ଏକ ମିଳିତ ଟିମ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ଉପସ୍ଥିତ ଅମିନଙ୍କ ଦ୍ୱାରା ପ୍ରଥମେ ସୀମା ନିର୍ଦ୍ଧାରଣ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ବିଏମସିର ସହାୟକ କମିଶନର ଲିଲନ ପ୍ରସାଦ ସାହୁ, ଜୋନାଲ ଡେ଼ପୁଟି କମିଶନର ଅଂଶୁମାନ ରଥ ଓ ନିର୍ବାହୀ ଯନ୍ତ୍ରୀ ଅସୀମ ମିଶ୍ରଙ୍କ ନେତୃତ୍ୱରେ ଏହି ଟିମ ଉପସ୍ଥିତ ଜନତାଙ୍କ ସହ ବିଚାରବିମର୍ଶ କରିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ରାସ୍ତା କାର୍ଯ୍ୟକୁ ଅବରୋଧ କରୁଥିବା ଏକ ପାଚେରୀକୁ ଏହି କ୍ରମରେ ଉଚ୍ଛେଦ କରାଯାଇ ରାସ୍ତାର ଉଭୟ ପାର୍ଶ୍ୱ ସୀମା ଯାଏ ସମସ୍ତ ଅବରୋଧକୁ ହଟାଯାଇଥିଲା ।

Leave A Reply

Your email address will not be published.