ରାସ୍ତାକଡ଼ରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

0 223

ବାଲେଶ୍ବର ,୬/୪(ଏସଏସନିଉଜ) ଆଜି ସକାଳୁ ଭୋଗରାଇ ଥାନା ଅନ୍ତର୍ଗତ ଥାନାଛକ-ଭୂଷଣ୍ଡେଶ୍ବର ରାସ୍ତାର ଜୟରାମପୁର ଗ୍ରାମ ନିକଟରେ ଆଜି ସକାଳୁ ମୁସଦପୁର ଗ୍ରାମର ଶିବା ଜେନାଙ୍କ କ୍ଷତବିକ୍ଷତ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ଗତକାଲିରାତିରୁ ସାଙ୍ଗମାନେ ଡାକିବାପରେ ଶିବା ଘରୁ ଆସି ଆଉ ଫେରିନଥିଲେ ।ଆଜି ସକାଳେ ତାଙ୍କର ମୃତଦେହ ରାସ୍ତାକଡ଼ରେ ପଡିଥିବାର ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ତେବେ ଦୁର୍ଘଟଣା ନୁହେଁ, ଶିବାଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପକୃତ କାରଣ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି।

Leave A Reply

Your email address will not be published.