ରାତାରାତି ବଦଳାଇଦେଲେ ଲେଖା

ସତ୍ୟସନ୍ଧାନ ପ୍ରଭାବ

0 373

ବାରଙ୍ଗ,୧୪/୬(ଏସ ଏସ ନିଉଜ)ଲୋକଙ୍କ ସୁବିଧା ପାଇଁ ରାସ୍ତାରେ ମରାଯାଇଥିବା ସୂଚନା ଫଳକରେ ତ୍ରୁଟିକୁ ରାତାରାତି ବଦଳାଇଦେଲେ ।ଏ ସମ୍ପର୍କରେ ଗତକାଲି କଟକ କୋଠା ଓ ରାସ୍ତା ବିଭାଜନ ର ଏଜକ୍ୟୁଟିଭ ଇଂଜିନିୟର ଅନୁପ ବେହେରାଙ୍କୁ ପଚରାଯିବାସହ ହୋଇଥିବା ଭୁଲକୁ ସତ୍ୟସନ୍ଧାନ ପକ୍ଷରୁ ଦୃଷ୍ଟିକୁ ଅଣାଯାଇ ଏ ସକ୍ରାନ୍ତରେ ଖବର ପ୍ରକାସ କରାଯାଇଥିଲା ।
ଘଟଣା ଥିଲା ଏମିତି ।ରବିବାରଦିନ ବାରଙ୍ଗ ପ୍ରେସକ୍ଳବ ସାମ୍ନା ବାରଙ୍ଗ-କଟକ ମୁଖ୍ୟରାସ୍ତାରେ କଟକ କୋଠା ଓ ରାସ୍ତା ବିଭାଜନ ପକ୍ଷରୁ ସୂଚନା ଫଳକ ମରାଯାଇଥିଲା ।ଯେଉଁଥିରେ ତ୍ରିଶୂଳିଆ,କଟକ ଓ ଗୋବିନ୍ଦପୁର ପର‌୍ୟ୍ୟନ୍ତ ରାସ୍ତାର ଦୂରତା କୁ ଲେଖାଯାଇଥିଲା ।ସେଥିରେ ଗୋବିନ୍ଦପୁରର ଦୂରତା ୩୫କିମି ଲେଖାଯାଇ         ଥିବା ବେଳେ ବାସ୍ତବରେ ଦୂରତା ୧୨କିମି ଅଟେ ।ଏହି ରାସ୍ତା ସବୁବେଳେ ଜନଗହଳି ହେଉ ଥିବାବେଳେ କଟକ, ବାଙ୍କୀ, ଆଠଗଡ଼ ଓ ଭୁବନେଶ୍ୱରକୁ ଲୋକମାନେ ଯାତାୟତ କରୁଛନ୍ତି ।ବେଳେବେଳେ ଯିବା ପାଇଁ ରାସ୍ତା ମଧ୍ୟ ନପାଇ ଲୋକମାନେ ପଚାରିଥାନ୍ତି।ତେଣୁ ଲୋକଙ୍କ ସୁବିଧ ପାଇଁ ଏହି ସୁଚନାଫଳକଟି ମରାଯାଇଥିବାବେଳେ ସେଥିରେ ଗୋବିନ୍ଦପୁର ପର୍ଯ୍ୟନ୍ତ ଦୁରତା ଭୁଲ ଦର୍ଶାଇଯାଇଥିବାର ଖବର ସତ୍ୟସନ୍ଧାନ ପକ୍ଷରୁ ପ୍ରସାରଣ କରାଯାଇଥିଲା ।ଏହାପରେ କଟକ କୋଠା ଓ ରାସ୍ତା ବିଭାଜନ ପକ୍ଷରୁ ତପ୍ତରତା ପ୍ରକାସ ହୋଇ ରାତାରାତି ଏହି ଲେଖାକୁ ପରିବର୍ତନ କରାଯାଇଥିବାର ଦେଖିବାକୁ ମିଳିଥିଲା ।(ଗୈାତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.